News
lipub
samparksetu

ଭାରି ଭୟଲାଗେ

ଏ ଜୀବନର ରାସ୍ତା ତ
ବହୁତ ଲମ୍ବା ପଡିଛି
ହେଲେ ଭାରି ଭୟଲାଗେ
କେତେବେଳେ କୋଉଠିବି
ଏ ରାସ୍ତାରେ ତୋତେ ଛାଡ଼ି ଏକା ଚାଲିବାକୁ ହେବନି ତ ?

ଭାରି ଭୟଲାଗେ ଆମ
ଏ ସୁନେଲି ଖୁସି ଭରା ଜୀବନର
ରାସ୍ତାରେ କେବେ କେହି ଆମ
ଦୁହିଁଙ୍କ ରାସ୍ତାକୁ ଅଲଗା କରିଦେବେନି ତ।

ଭାରି ଭୟଲାଗେ,
କେବେ ଆମ ଭିତରେ ଥିବା
ପ୍ରତ୍ୟକଟି ଅଭିମାନକୁ ଅଭିଶାପରେ
କେହି ପରିଣତ କରିଦେବେନି ତ।

ଭାରି ଭୟଲାଗେ
ଆମର ର ଆଲୋକର ରାତି ଭିତରେ
ଅନ୍ଧାରର କୁହୁଡି ଘେନି
ଧସେଇ ପସିବିନିତ ?

ଭାରି ଭୟଲାଗେ
ଆମ ଭିତରେ ଥିବା ଅନେକ
କାହାଣୀ କୁ କେହି ଅଲଗା କରି
ପର କରିଦେବନି ତ ?

ଭାରି ଭୟଲାଗେ
କାଲି କେହି ଭାଗ୍ୟ ,ସୌଭାଗ୍ୟ
ଜାତି, ଗୋତ୍ରକୁ ନେଇ ଆମ ଭିତରେ
ପାଚେରୀ ଠିଆ କରିଦେବନି ତ।

ଭାରି ଭୟଲାଗେ
ଆମ ଭିତରେ କେହି ଅକାରଣେ ଝଡ଼ ଝାଞ୍ଜିର ସାବ୍ୟସ୍ତ କରାଇ ମରୁଭୂମି ପରି ଶୁଖିଲା କରି ପକାଇ ଦେବନି ତ ?

✍️ସୁଧାଂଶୁ ଶେଖର ଦଣ୍ଡପାଟ

new life
You might also like
error: Content is protected !!