News
lipub
samparksetu

ଅକ୍ଟୋବର ୧୯ ରେ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ; ୪ଫୁଟ ମଧ୍ୟରେ ରହିବ ମା ଙ୍କ ମୂର୍ତ୍ତି , ୨୯ ଅକ୍ଟୋବର ରେ ବିଦାୟ ନେବେ ମା

ଗୁରୁବାର ଅପରାହ୍ନରେ ଜିଲ୍ଲାପାଳ ଙ୍କ କାର୍ଯ୍ୟ।ଳୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଢେଙ୍କାନାଳ ପ୍ରସିଦ୍ଧ ଗଜଳକ୍ଷ୍ମୀ ପୂଜା ପାଳନ ସମ୍ପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଚଳିତ ବର୍ଷ ଅକ୍ଟୋବର ୧୯ ରେ ଆରମ୍ଭ ହେବ ଗଜଲକ୍ଷ୍ମୀ ପୂଜା । କରୋନା ହେତୁ ମା ଙ୍କ ପୂଜା ନିରାଡ଼ମ୍ବର ଭାବରେ ବିଧି ମୁତାବକ ପାଳନ କରାଯିବ । ମା’ ଙ୍କ ମୂର୍ତ୍ତି ର ଉଚ୍ଚତା ୪ଫୁଟ ମଧ୍ୟରେ ରହିବ । ପୂଜାରେ ସର୍ବାଧିକ ୭ ଜଣ ବ୍ୟକ୍ତି ଉପସ୍ଥିତ ରହିବେ । ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ପାଳନ କରିବେ । ବିଶୋଧନ ସହ ପୂଜା ମଣ୍ଡପ ଆଗରେ ବାରିକେଡ଼ ନିର୍ମାଣ ପ୍ରତି ଧ୍ୟାନ ଦିଆଯିବ । ପୂଜାରେ ସଂ।ସ୍କୃତିକ କାର୍ଯ୍ୟକ୍ରମ ମନା । ଅକ୍ଟୋବର ୨୯ ରେ ମୂର୍ତ୍ତି ବିସର୍ଜନ ଅସ୍ଥାୟୀ ଜଳାଶୟରେ ହେବାର ସ୍ଥିର କରାଯାଇଛି ।

ପୂଜା ସମୟରେ ପେତ୍ୟେକ ପୂଜା ପ୍ରତିଷ୍ଠାନରେ ପୋଲିସ ମୁତୟନ ସହ ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା କରାଯିବ । ସହରକୁ ପରିଷ୍କାର ପରିଛନ , ନାଳ ନର୍ଦ୍ଦମା ସଫା , ଷ୍ଟ୍ରୀଟ ଲାଇଟ ର ବ୍ୟବସ୍ଥା , ଗାଇଏବଂ ଷଣ୍ଢ କୁ ରାସ୍ତାରୁ ହଟାଇବା ବ୍ୟବସ୍ଥା କରାଯିବ । ପୂଜା ସମୟରେ ନିରବିଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଆଲୋଚନା ହୋଇଛି ।

ପ୍ରସିଦ୍ଧ ଗଜଳକ୍ଷ୍ମୀ ପୂଜା ଢେଙ୍କାନାଳ ର ଗର୍ବ ଓ ଗୌରବ , ଢେଙ୍କାନାଳ ର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଚଳିତ ବର୍ଷ ଶାନ୍ତି ଶୃଙ୍ଖଳାରେ ପୂଜା ଅନୁଷ୍ଠିତ ହେବ । ଜନସାଧାରଣଙ୍କ ଠାରୁ କୌଣସି ପ୍ରକାର ଚାନ୍ଦ। ଆଦାୟ କରାଯିବ ନାହିଁ ଵୋଲି ବୈଠକ ରେ ନିଷ୍ପତ୍ତି ହୋଇଛି ।

new life
You might also like
error: Content is protected !!