News
lipub
samparksetu

ବ୍ଳକ୍ ଅଫିସରୁ ବିଡିଓ ନିଖୋଜ !

ଅଫିସ ଖୋଲା ନାହାନ୍ତି ଅଫିସର । ଘଣ୍ଟାଘଣ୍ଟା ଧରି କାର୍ଯ୍ୟାଳୟ ଆଗରେ ଅପେକ୍ଷା କରୁଛନ୍ତି ଲୋକ । ଲୋକେ ଦୂର ଦୂରାନ୍ତରୁ ଆସି ବିଡ଼ିଓଙ୍କ ଅପେକ୍ଷା କରି ଶେଷରେ ନିରାଶ ହେବାକୁ ପଡୁଛି । ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ସରକାରୀ କର୍ମଚାରୀମାନେ ଠିକ ସମୟରେ କାର୍ଯ୍ୟାଳୟକୁ ଆସୁ ନାହାଁନ୍ତି । ଫଳରେ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଲୋକଙ୍କ ଅଭିଯୋଗ ଅନୁଯାୟୀ ,ଅଧିକାଂଶ ସମୟ ବିଡିଓ ସାର ଢେଙ୍କାନାଳରେ ରୁହନ୍ତି ,କେହି ଫୋନ ଯୋଗେ ଯୋଗାଯୋଗ କଲେ ସାର ଫୋନ ଉଠାନ୍ତି ନାହିଁ । ଆଉ କେବେ ଯଦି ଭୁଲରେ ଫୋନ ଉଠାଇ ଦିଅନ୍ତି ତେବେ ,ମୁଁ ଭିସି ରେ ଅଛି କହି ଫୋନ କାଟି ଦିଅନ୍ତି ବିଡିଓ ଆଶିଷ ରଞ୍ଜନ ସାହୁ । ତଳ କର୍ମଚାରୀ କୁହନ୍ତି ସାର ଆଉ ଆଜି ଆସିବେ ନାହିଁ ।

ପ୍ରତେକ ଦିନ କେତେକ ବୃଦ୍ଧଲୋକ ବିଡ଼ିଓଙ୍କୁ ବ୍ଳକ ଅଫିସରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ବାହାରେ ବସି ନିରାଶ ହୋଇ ଘରକୁ ଫରନ୍ତି ।ଏଠାରେ ପ୍ରଶ୍ନ ଉଠେ ସାର ଆମର ଗଁଦିଆ ବ୍ଲକ ବିଡିଓ ହୋଇ ଢେଙ୍କାନାଳ ସହରରେ କରୁଛନ୍ତି କ’ଣ । ଯଦି ୩୬୫ ଦିନ ଭିସି କାର୍ଯ୍ୟକ୍ରମ କରିବେ ତେବେ ସାଧାରଣ ଲୋକଙ୍କ ସମସ୍ୟା ବୁଝିବେ କେବେ ? ଏହି ଘଟଣାକୁ ନେଇ ଗଁଦିଆ ଅଞ୍ଚଳରେ ବର୍ତ୍ତମାନ ଜନ ଅସନ୍ତୋଷ ଦେଖାଦେଇଛି ।

new life
You might also like
error: Content is protected !!