News
lipub
samparksetu

ଚାନ୍ଦା ଆଦାୟ କୁ ନେଇ ବଚସା ,ଆକ୍ରମଣରେ ଜଣେ ଆହତ

ବାଟରେ ଛେକି ବେଆଇନ ଭାବରେ ଚାନ୍ଦା ଆଦାୟକୁ ନେଇ ବଚସା ରେ ଜଣେ ଗୁରୁତର ଭାବରେ ଆହତ ହୋଇଥିବାର ଜଣାଯାଇଛି ।

ସୂଚନା ଅନୁଯାୟୀ , ଗଁଦିଆ ଥାନା ଅନ୍ତର୍ଗତ ଯୋରନ୍ଦା ଫାଣ୍ଡି ଅଧୀନ ବିରିଖୁଣ୍ଟି ଗ୍ରାମର ଉତ୍କଳ ପରିଡା ଙ୍କର ଜେସିବି ମେସିନ କୁ ତାଙ୍କର ଡ୍ରାଇଭର ଚଳେଇ କରି ଆସୁଥିବା ବେଳେ ପାଖ ନେଉଳପୋଇ ଗ୍ରାମର ରଞ୍ଜନ ଗଡ଼ନାୟକ ତାଙ୍କୁ ବାଟରେ ଅଟକାଇ ଚାନ୍ଦା ମାଗିଥିଲେ ।

ହେଲେ ଡ୍ରାଇଭର ମନା କରିବାରୁ ଅଭିଯୁକ୍ତ ତାକୁ ଗାଳି ଗୁଳଚ କରିଥିଲା । ଖବର ପାଇ ଜେସିବ ମାଲିକ ଉତ୍କଳ ପରିଡା ଘଟଣା ସ୍ଥଳରେ ପହଂଚି ଥିଲେ କାହିଁକି ଗାଡି ଅଟକାଯାଇଛି ବୋଲି ପଚାରିବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏଥିରେ ଉତକ୍ଷିପ୍ତ ହୋଇ ପାଖରେ ଥିବା ଏକ ଧାରୁଆ କାତିରେ ଅଭିଯୁକ୍ତ ଉତ୍କଳ ଙ୍କ ମୁଣ୍ଡକୁ ହାଣି ଦେଇଥିଲା । ତୁରନ୍ତ ତାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା ନିମନ୍ତେ ଘଟଣା ସ୍ଥଳରୁ ଢେଙ୍କାନାଳ ମେଡିକାଲ ରେ ଭର୍ତ୍ତି କରାଯାଇଛି ।

ଏହାପରେ ଘଟଣା ସମ୍ପର୍କରେ ଆହତ ଉତ୍କଳ ଙ୍କର ଭାଇ ଉନ୍ନତ ପରିଡା ଗଁଦିଆ ଥାନାରେ ଲିଖିତ ଭାବରେ ଅଭିଯୋଗ ପରେ ଏଥିରେ ସମ୍ପୃକ୍ତ ଆସାମୀ ରଞ୍ଜନ କୁ ଗନ୍ଦିଆ ପୋଲିସ ଗିରଫ କରି କେସ ୨୫୮ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ରଞ୍ଜନକୁ କୋର୍ଟ ଚାଲାଣ କରିଛି ।

new life
You might also like
error: Content is protected !!