News
lipub
samparksetu

ଅହମଦିୟା ଯୁବ ସଂଗଠନ ଗୁଣ୍ଡିଚାପଡ଼ା ପକ୍ଷରୁ ସଫେଇ ଅଭିଯାନ

ଆଜି ଢେଙ୍କାନାଳ ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ସ୍ଥିତ ଅହମଦିୟା ମୁସଲିମ ମସଜିଦ “ତୋହିଦ୍” ଠାରେ ସଫେଇ ଅଭିଯାନ କାର୍ଯ୍ୟ କରାଯାଇଥିଲା। ସ୍ୱଚ୍ଛତା ଓ ସଭ୍ୟତାର ପରିଚୟ ଦେଇ ଅହମଦି ଯୁବକମାନେ ମସଜିଦ ଓ ଆଖପାଖ ଅଞ୍ଚଳରେ ସଫେଇ କାର୍ଯ୍ୟ କରିଥିଲେ।

ଅହମଦିୟା ମୁସଲିମ ଯୁବ ସଂଗଠନର ଅଧ୍ୟକ୍ଷ ଇଦରିସ୍ ଖାଁ, ମୈାଲବି ଲିୟାକତ୍ ଖାଁ, ଅହମଦିୟା ମୁସଲିମ ଯୁବ ସଂଗଠନର ଉପାଧ୍ୟକ୍ଷ ମହମୁଦ୍ ଖାଁ, ନଇମୁଲ୍ ଖାଁ,ସିରାତୁନ୍ ନବିଉଦ୍ଦିନ୍ ପ୍ରମୁଖ ଯୋଗ ଦେଇ ଏହି ସଫେଇ ଅଭିଯାନଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସୂଚନାଯୋଗ୍ୟ ଯେ ଅହମଦିୟା ମୁସଲିମ ଯୁବକମାନେ ଏ‌ହିଭଳି ସାମାଜିକ କାର୍ଯ୍ୟ ଯୋଗୁଁ ବିଶ୍ଵରେ ନିଜର ପୃଥକ ପରିଚୟ ସୃଷ୍ଟି କରିପାରିଛନ୍ତି l

new life
You might also like
error: Content is protected !!