News
lipub
samparksetu

ସମାଜିକ ସୁରକ୍ଷା ଯୋଜନା କାହାପାଇଁ , ୭୭ ବର୍ଷ ବୟସରେ ମଧ୍ୟ ମିଳୁନି ବାର୍ଦ୍ଧକ୍ୟ ଭତ୍ତା !

ଗରିବ, ଅସହାୟଙ୍କ ପାଇଁ ସରକାର ଅନେକ ଯୋଜନା କରୁଛନ୍ତି। କିନ୍ତୁ ତାହା କେତେଦୂର ଯୋଗ୍ୟ ହିତାଧିକାରୀଙ୍କ ପାଖେ ପହଞ୍ଚି ପାରୁଛି ତାକୁ ନେଇ ଅନେକ ପ୍ରଶ୍ନ ଉଠୁଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ ଖଲିବୋରେଇ ପଂଚାୟତ ଗୋବିନ୍ଦପୁର ଗ୍ରାମରେ ।

ସାର୍ତ୍ତୁକ ନାଏକ(୭୭) ଆଗକୁ ପଛକୁ କହିଲେ କେହି ନାହାନ୍ତି ନିଜ ପୁତ୍ତୁରା ଘରେ ମୁଣ୍ଡ ଗୁଞ୍ଜିଛନ୍ତି ।କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ବୃଦ୍ଧ, ବୃଦ୍ଧା, ବିଦ୍ଧବା ଓ ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସମେିଲ କରିବା ପାଇଁ ସାମାଜିକ ସୁରକ୍ଷା ଯୋଜନା ଲାଗୁକରିଛନ୍ତି। ୬୦ବର୍ଷରୁ ଉର୍ଦ୍ଧ୍ବ ଗରିବ ବୃଦ୍ଧ, ବୃଦ୍ଧା, ନିରାଶ୍ରୟ ମାନଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଲକ୍ଷ ରଖିଥିବାବେଳେ ସାର୍ତ୍ତୁକ ଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ।ବୟସର ଅପରାହ୍ନରେ ପାଦ ଥାପିଥିଲେବି ତାଙ୍କୁ ଭତ୍ତା ଦିଆଯାଉ ନାହିଁ।

ପଂଚାୟତରୁ ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ବାରମ୍ବାର ଆବେଦନ କରିଥିଲେବି ତାଙ୍କୁ ଗୁହାରୀ କେହି ଶୁଣୁ ନଥିବା ସେ କହିଚନ୍ତି। ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଉକ୍ତ ବୃଦ୍ଧ ଙ୍କୁ ତୁରନ୍ତ ଭତ୍ତା ଏବଂ ଅନ୍ତଦୟ ଯୋଜନାରେ ସାମିଲ କରିବାକୁ ଦାବି କରାଯାଇଛି ।

new life
You might also like
error: Content is protected !!