News
lipub
samparksetu

ପ୍ରକାଶ ପାଇଲା ହିନ୍ଦୋଳ ବିଜ୍ଞାପିତ ପରିଷଦର ଅନାସ୍ଥା ପ୍ରସ୍ତାବ ଫଳାଫଳ ; ୧୨-୦ରେ ଅନାସ୍ଥା ହାରିଲେ ଅଧକ୍ଷା ରୀନା ବେହେରା!

ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦର ଦୀର୍ଘ ଦଶମାସ ଧରି ଚାଲିଥିବା ଅନାସ୍ଥା ଫଳାଫଳର କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ପଡିଛି! ସୂଚନା ଥାଉ କି ପରିଷଦର ଅଧକ୍ଷା ଶ୍ରୀମତୀ ରୀନା ବେହେରାଙ୍କ ମନମୁଖୀ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ବାରଜଣ ଦଳୀୟ କାଉଁସିଲର ଅଧକ୍ଷାଙ୍କ ବିରୁଦ୍ଧରେ ଅନାସ୍ଥା ଆଣିଥିଲେ ମାତ୍ର ଅଧକ୍ଷା ହାଇକୋର୍ଟରେ ଏକ କେଶ ରଜ୍ଜୁ କରି ଅନାସ୍ଥା ଭୋଟ ଉପରେ ରହିତାଦେଶ ଆଣିଥିଲେ।

ଫଳରେ ଅନାସ୍ଥା ଭୋଟ ହୋଇଥିଲେ ମଧ୍ୟ ଫଳାଫଳ ଘୋଷଣା ହୋଇପରିନଥିଲା। ମାନ୍ଯବର ହାଇକୋର୍ଟ ଗତ ଆଠ ତାରିଖରେ ଅଧକ୍ଷାଙ୍କ ବିରୁଦ୍ଧରେ ଚାଲିଥିବା ଅନାସ୍ଥା ମାମଲାର ବିଚାର କରି ଏହି ମଧ୍ୟ୍ୟବର୍ତ୍ତୀକାଳୀନ ରହିତାଦେଶକୁ ଉଠାଇ ଦେଇଥିଲେ।

ଫଳରେ ଫଳାଫଳ ଘୋଷଣାର ବାଟ ଫିଟିଯାଇଥିଲା। ଉକ୍ତ ନିର୍ଦେଶନାମା ବଳରେ ଗତକାଲି ହିନ୍ଦୋଳ ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ସଭାଗୃହରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟନାଥ ମହାପାତ୍ରଙ୍କ ଉପସ୍ଥିତିରେ ଭୋଟ ଗଣତି ହୋଇଥିଲା ଏବଂ ପରିଶେଷରେ ୧୬ଟି ଭୋଟରୁ ଅଧକ୍ଷାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବରେ ୧୨ଜଣ ସଦସ୍ୟ ମତଦାନ କରିଥିଲା ବେଳେ ୪ ଜଣ ବିରତ ରହିଥିଲେ।ଅଧ୍ୟକ୍ଷା ୧୨-୦ ପରାଜିତ ହୋଇଥିଲେ।

ପ୍ରକାଶ ଥାଉକି ହିନ୍ଦୋଳ ବିଜ୍ଞାପିତ ଅଂଚଳ ପରିଷଦ ଗଠନ ଦିନଠାରୁ ସଭ୍ୟମାନଙ୍କ ସହ ଅଧ୍ୟକ୍ଷାଙ୍କ ମନୋମାଳିନ୍ଯ ରହିଥିଲା।
ପୂର୍ବରୁ ମଧ୍ୟ ଅନାସ୍ଥା ପ୍ରସ୍ତାବର କଳାବାଦଲ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ ଉପରେ ଘୂରି ବୁଲୁଥିଲା।

new life
You might also like
error: Content is protected !!