News
lipub
samparksetu

କୁଲେଇ-ଜକା ଶୋଚନୀୟ ହୋଇଛି ପୂର୍ତ୍ତ ବିଭାଗ ରାସ୍ତା ; ମରାମତି ନହେଲେ ଆନ୍ଦୋଳନର ଚେତାବନୀ

ରେଙ୍ଗାଲି ବାମ ପାର୍ଶ୍ଵ କେନାଲ ରାସ୍ତା ଉପରେ ନିର୍ଭର କରିଥାନ୍ତି ପରଜଙ୍ଗ ବ୍ଲକର ମାଣକିମରା,ବସୁଲେଇ,ଗେଙ୍ଗୁଟିଆ ପଞ୍ଚାୟତର ପ୍ରାୟ ୨୦ ହଜାର ରୁ ଅଧିକ ଗ୍ରାମବାସୀ । ସୂଚନା ମୁତାବକ ଜାତୀୟ ରାଜପଥ ନଂ ୧୪୯ ଠାରୁ ସମଲ ପର୍ଯ୍ୟନ୍ତ କେନାଲ ରାସ୍ତା ଉପରେ ନିର୍ଭର କରିଥାନ୍ତି ଏହି ତିନୋଟି ପଞ୍ଚାୟତର ବାସିନ୍ଦା ।

ଉକ୍ତ ରାସ୍ତାକୁ ଉନ୍ନତିକରଣ ନିମନ୍ତେ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ,ଆନ୍ଦୋଳନ ସଂଘର୍ଷ କରିବା ପରେ ରାଜପଥ ଠାରୁ ତା ୩୧/୦୧/୧୦୧୯ ମସିହାରେ ପରଜଙ୍ଗ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବାଣିଜ୍ୟ ଓ ପରିବହନଡଃ ନୃସିଂହ ଚରଣ ସାହୁ ଦ୍ଵାରା ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାର ଉନ୍ନତିକରଣ ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ରାସ୍ତା କାର୍ଯ୍ୟ ସଂପୂର୍ଣ୍ଣ ର ଦୁଇ ବର୍ଷ ହୋଇଥିଲା ବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରା କାର୍ଯ୍ୟ ଯୋଗୁଁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି ।

ସେହି ରାସ୍ତା ଉପରେ ପ୍ରତ୍ୟେକ ଦିନ ସ୍କୁଲ,କଲେଜ ଛାତ୍ରଛାତ୍ରୀ ଠାରୁ ଆରମ୍ଭ କରି ବଜାର, ପରଜଙ୍ଗ ତହସିଲ, ଥାନା, ବ୍ଲକ କାର୍ଯ୍ୟାଳୟ ଯିବାଆସିବା ନିମନ୍ତେ ନିର୍ଭର କରିଥାନ୍ତି ଅଞ୍ଚଳ ବାସୀ । ବାରମ୍ବାର ପୂର୍ତ୍ତ ବିଭାଗର ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ ମରାମତି କାର୍ଯ୍ୟ ହୋଇପାରିନାହିଁ । ଏନେଇ ପୂର୍ତ୍ତ ବିଭାଗର ଯନ୍ତ୍ରୀ ନିବେଶ ମାଝିଙ୍କୁ ଯୋଗାଯୋଗ କରିଥିଲୁ ସେ କହନ୍ତିକି ମାତ୍ର ୨୦-୩୦ ଭାଗ ରାସ୍ତା ବାଲି ଗାଡି ଯିବାରୁ ଖରାପ ଓ ଦବି ଯାଇଛି ,ଆମେ ବିଭାଗ ଟଙ୍କା ମାଗିଛୁ ଏବଂ ସାତ ଆଠ ଦିନ ଭିତରେ ରାସ୍ତାକୁ ମରାମତି କରିବୁ ।

ରାସ୍ତାର ଉନ୍ନତିକରଣ ନିମନ୍ତେ ୨୦୧୮ ମସିହା ଠାରୁ ବାରମ୍ବାର ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରୁଥିବା ଗେଙ୍ଗୁଟିଆ ଗ୍ରାମ ନିମଡିହ ସାହିର ସମାଜସେବୀ ମନମୋହନ ସାହୁ କହିଛନ୍ତି କି ରାସ୍ତାର ଅବସ୍ଥା ଶୋଚନୀୟ ଥିବାରୁ ଦୁଇ ବର୍ଷ ମଧ୍ୟରେ ଦୁର୍ଘଟଣାରେ ଦୁଇଟି ମୂଲ୍ୟବାନ ଯାଇଛି ।

ପୂର୍ତ୍ତ ବିଭାଗକୁ ବହୁବାର ଅଭିଯୋଗ କରିଥିଲୁ । ବର୍ଷା ଦିନ ପୂର୍ବରୁ ମରାମତି କାର୍ଯ୍ୟ କରାଯିବ ବୋଲି ପୂର୍ତ୍ତ ବିଭାଗ କଥା ଦେଇ ଥିଲେ ତାହା ବିଫଳ ହୋଇଛି । ଯଦି ଶୀଘ୍ର ରାସ୍ତାର ମରାମତି କାର୍ଯ୍ୟ କରାନଯାଏ ତେବେ ଅଞ୍ଚଳବାସୀଙ୍କ ମିଳିତରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ଶ୍ରୀ ସାହୁ ଚେତାବନୀ ଦେଇଛନ୍ତି ।

new life
You might also like
error: Content is protected !!