News
lipub
samparksetu

ଜଳ ବିଭାଜିକା ର ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ର ମହାବୀର ରୋଡ ଓ ଝିଲୀ ଗ୍ରାପ ରେ ଆଜି ପ୍ରଧାନ ମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (ଫେଜ୍ ୨) ର ସଚେତନତା କାର୍ଯ୍ୟକ୍ରମ ମହାବୀର ରୋଡ ହାଟ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି ।

ଏଥିରେ ମୁଖ୍ୟ ଅତିଥି ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଫୁଲ୍ଲ କୁମାର ପଡିହାରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ସହ ଅଧିକାରୀ ସମ୍ପଦ ସାମଲ, ବ୍ଲକ ଉଦ୍ୟାନ ବିତ୍ ଅଧିକାରିଣୀ ଅଳକାନନ୍ଦ ସେଠୀ ପ୍ରମୁଖ ଯୋଗ ଦେଇ ଯୋଜନା ଉପରେ ଗ୍ରାମବାସୀ ମାନଙ୍କୁ ବୁଝାଇବା ସହିତ ଜୀବନ ର ଆର୍ଥିକ ବିକାଶ ର ଅଭିବୃଦ୍ଧି କିପରି ହୋଇ ପାରିବ, ଆଉ ଚାଷୀ ଉତ୍ପାଦକ ସଂସ୍ଥା ର ଉପକାରିତା ଏବଂ ଏହା କିପରି ଗଠନ କରାଯାଇପାରିବ ତାହା ଏହି ସଭାରେ ମଧ୍ୟ ଅବଗତ କରାଇଥିଲେ ।

ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ମହାବିରୋଡ ସରପଞ୍ଚ ଧନେଶ୍ଵର ସାହୁ, ପୂର୍ବତନ ଝିଲ୍ଲି ସରପଞ୍ଚ ସୁଶାନ୍ତ ସାହୁ, ପୂର୍ବତନ ବିରିବୋଲେଇ ସରପଞ୍ଚ ଗୁଣନିଧି ସାହୁ, ବରିଷ୍ଠ ନେତା ଟିକମ୍ ହାତୀ, ଅବସର ପ୍ରାପ୍ତ ଶିକ୍ଷକ ମେଘନାଦ ସାହୁ ପ୍ରମୁଖ ଯୋଗ ଦେବା ସହିତ ଗ୍ରାମ ର ଶତାଧିକ ପୁରୁଷ ମହିଳା ଏଥିରେ ଯୋଗଦାନ କରିଥିଲେ ।

new life
You might also like
error: Content is protected !!