News
lipub
samparksetu

ଚୋରି ଅଭିଯୋଗ ରେ ଯୁବକ ଗିରଫ

ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଅଧିନ କାଲୁରିଆ ପଞ୍ଚାୟତର ମାଦେଳିଆ ଗାଁ ର ନଳୀନିକାନ୍ତ ନାଥଙ୍କ ଘରୁ ଗତ ତା୨୫/୮/୨୦୨୧ ରାତିରେ ତାଲା ଭାଙ୍ଗି ଘର ଏଲଇଡି ଟିଭି, ଗୋଟିଏ କମ୍ପୁଟର ଓ ଗୋଟିଏ ଗ୍ରାଇଣ୍ଡର ଦୁର୍ବୁତ ନେଇ ପଳାଇଥିଲେ।

ଏ ସମ୍ପର୍କରେ ଘରର ତତ୍ତ୍ଵାବଧାନ କରୁଥିବା ପାତୁସାହୁ କାଟେଣୀର ରାଜକିଶୋର ମହାଳିକ ଯୋରନ୍ଦା ଫାଣ୍ଡିରେ ମାମଲା ରୁଜୁ କରିଥିଲେ (କେସ ନମ୍ବର ୨୨୨ date 29/8/2021)। ଗତକାଲି ଫାଣ୍ଡି ଅଧିକାରୀ ଚୋରି ସାମଗ୍ରୀ ଜବତ କରିବା ସହ ଅଭିଯୁକ୍ତ ଯୁବକକୁ ଗିରଫ କରିଛନ୍ତି। ଅଭିଯୁକ୍ତ ଯୁବକ ଜଣକ ହେଉଛି ପାତୁସାହୁକାଟେଣୀର ମାୟାଧର ମହାଳିକ ପୁଅ ପଦ୍ମଲୋଚନ ମହାଳିକ(୨୪) ଓରଫ ପଦିଆ।

new life
You might also like
error: Content is protected !!