News
lipub
samparksetu

ପ୍ରବାଦ ପୂରୁଷ ବିଜୁ ପଟ୍ଟନାୟକ ଶ୍ରାଦ୍ଧ ବାର୍ଷିକ ପାଳିତ

କାମାକ୍ଷାନଗର ବିଜୁ ଜନତା ଦଳ ତରଫରୁ କଳିଙ୍ଗ ର ବିର ପୁତ୍ର ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ କାମାକ୍ଷାନଗର ଏନଏସି ନଗରପାଳ ଧର୍ମାନନ୍ଦ ପରିଡା ଙ୍କ ନେତୃତ୍ବରେ ସକାଳ ପ୍ରାୟ ୬.୩୦ରେ ପ୍ରଥମେ ଜଳାଶୟ ରେ ପହଞ୍ଚି ବ୍ରାହ୍ମଣ ମାନଙ୍କ ମନ୍ତ୍ର ପାଠ ଦ୍ଵାରା ଜଳ ଅର୍ଘ୍ୟ ଅର୍ପଣ କରାଯାଇଥିଲା।

ପରେ ସ୍ଥାନିୟ ବସଷ୍ଟାଣ୍ଡ ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୂଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।ପରେ କାମାକ୍ଷାନଗର ମେଡିକାଲ ଠାରେ ଦଳିୟ କର୍ମକର୍ତ୍ତା ଏକାଠି ହୋଇ ସମସ୍ତ ରୋଗି ମାନଙ୍କୁ ଫଳ ବଣ୍ଟନ କରିଥିଲେ।ତାସହିତ ହାତରେ ଝାଡୁ ଧରି ମେଡିକାଲକୁ ପରିସର କୁ ସଫା ସୁତୁରା କରିଥିଲେ।ଅପରାହ୍ନରେ ଦଳିୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ବୈଠକରେ ଖଣି,ଇଷ୍ପାତ ଓ ପୂର୍ତ୍ତବିଭାଗର ମନ୍ତ୍ରି ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇ କହିଛନ୍ତି ବିଜୁବାବୁ ଥିଲେ ଓଡ଼ିଶା ସଫଳ ବିକାଶ ଯାତ୍ରାର ମହାନାୟକ ।

ତାଙ୍କରି ନୀତି ଓ ଆଦର୍ଶକୁ ଆଧାର କରି ବିଜୁ ଜନତାଦଳ ଓଡ଼ିଶାର ଅବିରତ ବିକାଶ ଯାତ୍ରା ଜାରି ରଖିଛି । ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ସୁରକ୍ଷା, ଖାଦ୍ୟ ନିରାପତ୍ତା, ମହିଳା, ଯୁବକ ଓ କୃଷକଙ୍କ ସଶକ୍ତିକରଣ, ଭିତ୍ତିଭୂମି ଉନ୍ନୟନ ତଥା ବିଭିନ୍ନ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି ।

ତାଙ୍କର ପ୍ରତିଟି କାମ ଥିଲା ଓଡ଼ିଆ ଜାତିର ସ୍ୱାଭିମାନ ଓ ଗୌରବ ପାଇଁ। ତାଙ୍କ ନୀତିଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ିଶା ଏବେ ଅନେକ କ୍ଷେତ୍ରରେ ଅଗ୍ରଣୀ ହୋଇଛି।ଅନ୍ୟାନ୍ୟ ଅତଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ବ୍ଲକ ବିଜେଡି ସଭାପତି ଲଳିତ ସାହୁ,ଏନଏସି ବିଜେଡି ସଭାପତି ଆଦିତ୍ୟ ଆଚାର୍ଯ୍ୟ, ଅବରସ ପ୍ରାପ୍ତ ଅଧ୍ୟକ୍ଷ କାମାକ୍ଷାନଗର ମହାବିଦ୍ୟାଳୟ ମେଜର ପ୍ରଭାତ ଦାସ, ନାରୀନେତ୍ରୀ ରଞ୍ଜିତ। ବେହେରା,ଉପ ନଗରପାଳ ରଞ୍ଜିତ। ସେଠୀଙ୍କ ସମେତ ବ୍ଲକ ଓ ଏନଏସିରୁ ନେତା କର୍ମୀମାନେ ଉପସ୍ଥିତ ଥିଲେ ।

new life
You might also like
error: Content is protected !!