News
lipub
samparksetu

ତୁମୁସିଙ୍ଗା ଗାଁ ରେ ହାତୀ ଉପଦ୍ରଵ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କାମାକ୍ଷାନଗର ପଶ୍ଚିମାଞ୍ଚଳ ବନଖଣ୍ଡ ଅଁଳାବେରେଣୀ ସେକ୍ସନ ଅନ୍ତର୍ଗତ ତୁମୁସିଙ୍ଗା ଗାଁ ଧୀବର ବସ୍ତିରେ ଗତକାଲି ରାତିରେ ହାତୀ ବ୍ୟାପକ କ୍ଷୟକ୍ଷତି କରିଛନ୍ତି।

କିଛି ଲୋକଙ୍କ ଘର ଭାଙ୍ଗିବା ସହ ବସ୍ତାରେ ରଖାଯାଇଥିବା ଧାନ ଖାଇ ଦେଇଛନ୍ତି। ଏହି ବସ୍ତିର ଅରୁଣ ପେଣ୍ଠେଇଙ୍କ ଘର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇ ଘରଟିକୁ ମାଟିରେ ମିଶାଇ ଦେଇଛନ୍ତି

ମଧ୍ୟ ରାତିରେ ଶୋଇଥିବା ସମୟରେ ହାତୀ ଆସି ଭଙ୍ଗାରୁଜା କରିଥିଲେ l ଅରୁଣଙ୍କର ଦୁଇ ପୁଅ, ତିନି ଝିଅ, ବହୁ ଓ ପତ୍ନୀଙ୍କୁ ମିଶାଇ ନଅଜଣ। ଘର ନଥିବାରୁ ସେ ଏବେ ବେସାହାରା l ତାଛଡା ସ୍ଥାନୀୟ ଅଞ୍ଚଳର ଚାଷୀ ମାନେ ଚାଷ କରିଥିବା ବ୍ୟାପକ ପନିପରିବା ଫସଲ ନଷ୍ଟ ମଧ୍ୟ କରିଛନ୍ତି।

new life
You might also like
error: Content is protected !!