ବାରମ୍ବାର ଦୋକାନରୁ ଚୋରି ହେବା ପରେ ଦୋକାନ ଘରେ ରାତିରେ ଶୋଇଲା ପରେ ଘରୁ ଘରକରଣା ସାମଗ୍ରୀ ଚୋରି। କାମାକ୍ଷାନଗର ବ୍ଲକ ତୁମୁଁସିଙ୍ଗା ଥାନା ଅନ୍ତର୍ଗତ ତୁମୁଁସିଙ୍ଗା ଗାଁ ର ବିଦୁଲତା ବିଶ୍ବାଳ(୩୬) ଛୋଟ ଦୋକାନ କରି ନିଜ ପରିବାର ଚଳାନ୍ତି।
ସ୍ବାମୀ ନଥିବାରୁ ସବୁ ଦାୟିତ୍ଵ ତାଙ୍କ ଉପରେ। ବ୍ୟବସାୟରୁ ଯାହା କିଛି ମିଳେ କଷ୍ଟେମଷ୍ଟେ ପରିବାର ଚଳିଯାଏ। କିଛି ମାସ ପୂର୍ବରୁ ତାଙ୍କ ଦୋକାନରୁ ଟଙ୍କା ସହ ବିକ୍ରୀ ପାଇଁ ଥିବା ବିଭିନ୍ନ ସାମଗ୍ରୀ ଚୋରି କରି ନେଇଥିଲେ। ଏହା ପୂର୍ବରୁ ମଧ୍ୟ ଥରେ ଚୋରି ହୋଇଥିଲା। ରାସ୍ତା କଡ଼ରେ ଦୋକାନଟି ତା ସହ ବେଶୀ ଜନଗହଳି ପୂର୍ଣ୍ଣ ନୁହେଁ। ଏହାର ସୁଯୋଗ ନେଇ ଚୋର ବାରମ୍ବାର ଚୋରି କରିବା ପରେ ଦୋକାନ ଘରେ ରାତିରେ ଶୋଉଥିଲେ। ଗୁରୁବାର ରାତିରେ ଦୋକାନରେ ସେ ଶୋଇଥିବା ବେଳେ ଘରୁ ତାଲା ଭାଙ୍ଗି ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ବାରମ୍ବାର ଚୋରି ହେଉଥିଲେ ମଧ୍ୟ ଅଭିଯୋଗ ସତ୍ତ୍ୱେ ପୋଲିସ ହାତ ଖାଲି।
