News
lipub
samparksetu

ଲଗାଣ ବର୍ଷାରେ ଭାଙ୍ଗିଲା ଘର

କାମାକ୍ଷାନଗର ବ୍ଲକର ବାଉଁଶ ପାଳ ପଞ୍ଚାୟତ ବାହାଡା ଗାଁ ର ରାଜ କିଶୋର ଜେନାଙ୍କ ଘରର କାନ୍ଥ ଲଗାଣ ବର୍ଷା ଓ ପବନ ଦ୍ବାରା ଗଳି ପଡ଼ିବା ସହ ନିକଟରେ ଥିବା ଗୁହାଳ ଘର ଭାଙ୍ଗିଯାଇଛି।

ସ୍ଥାନୀୟ କଇଁବିଲି ଛକରେ ରାଜ କିଶୋର ଗୋଟିଏ ଛୋଟ ଜଳଖିଆ ଦୋକାନ ଦେଇ ପରିବାର ଚଳାଉଛନ୍ତି। ବର୍ତମାନ ସେ ତାଙ୍କ ରୋଷେଇ ଘରେ ଘରର ସମସ୍ତ ଆସବାବପତ୍ର ରଖିଛନ୍ତି। ଜମିବାଡ଼ି କହିଲେ ସେମିତି କିଛି ନାହିଁ ଜଳଖିଆ ଦୋକାନ ଉପରେ ନିର୍ଭର କରିଥାନ୍ତି। ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ସେ ଅନୁରୋଧ କରିଛନ୍ତି।

new life
You might also like
error: Content is protected !!