News
lipub
samparksetu

ଚାଷୀଙ୍କୁ ପାଦରେ ଦଳିଦେଲା ଦନ୍ତା

ଢେଙ୍କାନାଳରେ ହାତୀ ଉପଦ୍ରବ ଏବେ ବଢିବାରେ ଲାଗିଛି । ହାତୀପଲ କେତେବେଳେ ଗାଁକୁ ପଶୁଛନ୍ତି ତ ଆଉ କେତେବେଳେ ରାଜପଥରେ ଘୂରିବୁଲୁଛନ୍ତି ।

ଢେଙ୍କାନାଳ ସଦର ରେଞ୍ଜ କାଣ୍ଡବିନ୍ଧା ଗାଁ ନିକଟସ୍ଥ ଟୁଲମବାଟିଆରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଚାଷୀ ମୃତ ହୋଇଛି । ମୃତକ ହେଲେ ୬୦ ବର୍ଷିୟ ନାରାୟଣ ରାଉତ। ଗତକାଲି ରାତିରେ ନାରାୟଣ ଧାନ ବିଲ ଜଗିଥିବା ସମୟରେ ବିଳମ୍ବିତ ରାତିରେ ହାତୀ ଆକ୍ରମଣର ଶିକାର ହୋଇଥିଲେ।ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଘଟଣାସ୍ଥଳରେ ବନ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ।

new life
You might also like
error: Content is protected !!