News
lipub
samparksetu

ଦୃଷ୍ଟିହୀନ ଙ୍କ ପାଇଁ ସରକାର ଯୋଜନା ସାତ ସପନ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ କୀର୍ତ୍ତନପୂର ଗାଁ ର ଯୁଝାର ପଧାନ ଙ୍କ ଦୃଷ୍ଟିହୀନ ସାଙ୍ଗକୁ ବିକଳାଙ୍ଗ ପୁଅ ଫକୀର ପଧାନ। ବଞ୍ଚିବାର ପ୍ରଥମରୁ ବହୁ ଦୁଃଖ କଷ୍ଟରେ ଚଳି ଆସୁଥିବାର ଦେଖିବାକୁ ମିଳିଥିଲା।

ତାଙ୍କ ଜୀବନର ମୂଳ ଲକ୍ଷ୍ୟ ଟିଣ ଡବାରେ ବାଜା ବଜାଇ ଜଗନ୍ନାଥ ଭଜନ ଗାଈ ବଞ୍ଚିବା ସିଖନ୍ତି। ଏମିତି ଦାରୁଣ ଦୁଃଖ ରେ ଚଳିବା ମଧ୍ୟ ଭାରୀ କଷ୍ଟ ଦାୟ ସାଧିଥାଏ। ବୟସ ଥିଲା ବେଳେ ହାତରେ ବାଡି ସାଙ୍ଗକୁ ଟିଣ ଡବା ଧରି ଗାଁ ଗାଁ ସାହି ସାହି ବୁଲି ଭିକ୍ଷା ମାଗି ଚଳି ଆସୁଥିଲେ।

ଏବେ ବୟସର ଅପରାହ୍ନ ରେ ଭିକ୍ଷା କରି ଚଳିବା ତାଙ୍କ ପାଇଁ ବଡ଼ କଷ୍ଟକର । ମୁଣ୍ଡ ଗୁଞ୍ଜିବାକୁ ନା ଅଛି ଘର ନା ଅଛି ଖାଇବାକୁ ମୁଠାଏ ରାସନ ଚାଉଳ । ତିନି ଭାଇ ମଧ୍ୟରୁ ଜଣେ ଭାଇ ନ ପଚାରିବାରୁ ଅନ୍ୟ ଏକ ଭାଇ ମୃତ୍ୟୁ କରିସାରିଛି। ମୃତ୍ୟୁ କରିଥିବା ଭାଇ ର ସ୍ତ୍ରୀ ଓ ଝିଅ ଏବେ ଦେଖା ଶୁଣା କରୁଛନ୍ତି।

ସାନ ଭାଇ ଗୋଟିଏ ଇନ୍ଦିରା ଆବାସ ଗୃହ ପାଇଥିଲେ, କିନ୍ତୁ ସେଠାରେ ସାନ ଭାଇ ର ସ୍ତ୍ରୀ ଏବଂ ଝିଅ ରହୁଛନ୍ତି। ଦୃଷ୍ଟିହୀନ ବିକଳାଙ୍ଗ ଫକୀର ପଧାନ ଏବେ ଖୋଲା ମେଲା ଚାଳ ଘରେ ରହି ଆସୁଛନ୍ତି। ରାଜ୍ୟ ସରକାର ଓ କେନ୍ଦ୍ର ସରକାର ପ୍ରଚାର ପ୍ରସାର ନିମନ୍ତେ ସମସ୍ତ ଯୋଜନା ପ୍ରଣୟନ କରୁଥିବା ବେଳେ ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇପଡ଼ିଛନ୍ତି ଫକୀର ପଧାନ। ଭତ୍ତା ବଢ଼ାଇବା ସାଙ୍ଗକୁ ଅନ୍ତଦୟ , ଆବାସ ଯୋଜନା ରେ ଅନ୍ତର୍ଭୁକ୍ତ କରିବାକୁ ଏବେ ସାଧାରଣରେ ଦାବି ହୋଇଛି।

new life
You might also like
error: Content is protected !!