News
lipub
samparksetu

ଅଙ୍ଗନବାଡ଼ି କେନ୍ଦ୍ର ଥାଇବି ଭଙ୍ଗା ଘରେ ପଢୁଛନ୍ତି ପିଲା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରେ ସମନ୍ୱିତ ଶିଶୁ ବିକାଶ ଯୋଜନା ରେ ଥିବା ବିଭାଗୀୟ ଅଧିକାରୀ ମାନଙ୍କ ଅପାରଗତା କାରଣ ରୁ ସବୁବେଳେ ଏଠି ଚର୍ଚ୍ଚାରେ ଥାଏ ଏହି କାର୍ଯ୍ୟାଳୟ । କେବଳ କାଗଜ କଲମ ରେ ହିଁ ହୁଏ ତଦାରଖ । କେଉଁଟି ଭଙ୍ଗା ଘରେ ଛୁଆ ପଡ଼ୁଛନ୍ତି ତ କେଉଁଠି ଗଛମୂଳେ ।

ବାରମ୍ବାର ହୁଏ ଅଭିଯୋଗ, ହେଲେ ଫଳ ଶୂନ । ଯାହାକୁ କହିଲେ ବି ଶୁଣିବାକୁ କେହି ନାହାନ୍ତି । ବ୍ଲକ ପ୍ରଶାସନ କେବଳ ଠିକାଦାର କାର୍ଯ୍ୟ ଛଡ଼ା ଆଉ କିଛି ଜାଣିନାହାନ୍ତି । କେମିତି ଜେନେତେନେ କାମ କରି ପକେଟ୍ କୁ ପଇସା ଆସିବ ସେ କଥା ରେ ମସ୍ ଗୁଲ୍ । ପ୍ରକାଶ ଥାଉକି ମହାବିରୋଡ ପଞ୍ଚାୟତ ରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ଟିଏ ଅଛି ।୨୦୧୬ ମସିହା ରୁ କାମ ଶେଷ ହେଲାଣି ।

ଏବେ ୨୦୨୨ ସାରିବାକୁ ବସିଲାଣି , ହେଲେ ଏହି ୬ ବର୍ଷ ମଧ୍ୟ ରେ ଏହି କେନ୍ଦ୍ର ର ଛାତ୍ର ଛାତ୍ରୀ ସାହି ଠାରୁ ବହୁ ଦୂରରେ ଏକ ଭଙ୍ଗା ଦଦରା ପୁରୁଣା ଘରେ ପିଲାମାନଙ୍କୁ ପଢା ଯାଉଛି । ଯେଉଁଠି ପାଖରେ ଜଙ୍ଗଲ ଥିବା , ପୁରୁଣା ଘର ହେତୁ ସର୍ବଦା ସାପ ର ଭୟ ସେଇଠି ଚାଲେ ପିଲାଙ୍କ ଭବିଶ୍ଵତ । ଅଭିଭାବକ ମାନେ ବାରମ୍ବାର ପ୍ରଶାସନ ପାଖରେ ଗୁହାରି କରନ୍ତି, ଆମର ନୂଆ କରାଯାଇଥିବା କେନ୍ଦ୍ରଟି ସାହି ଭିତରେ ଥିବାରୁ ଏତେ ରାସ୍ତା ସହ ବିପଦ ସଙ୍କୁଳ ଘରେ କାହିଁ ପାଠ ପଢ଼ିବାକୁ ଯିବେ। ହେଲେ ଏପର୍ଯ୍ୟନ୍ତ ସୁଧା ସ୍ଥାନୀୟ ପ୍ରତିନିଧି, ବିଭାଗୀୟ ଅଧିକାରୀ, ନା ପ୍ରଶାସନ ସବୁ ଜାଣି ଅଜଣା ଭଳି ।

ଏଠି ପ୍ରଶ୍ନ ଉଠେ ଅଧିକାରୀ ମାନେ ଆସନ୍ତି କୁଆଡେ? କଣ ହୁଏ ତଦାରଖ? ଏହି ନେଇ ବାରମ୍ବାର ଅଭିଯୋଗ କଲେ ସୁଧା କେହି କର୍ଣ୍ଣପାତ ନ କରୁଥିବାରୁ ଅଭିଭାବକ ମାନେ କେନ୍ଦ୍ର ଙ୍କୁ ଆଉ ପିଲା ଛାଡିବେନି ବୋଲି ନିଷ୍ପତି ନେଉଥିବା ଜଣା ପଡିଛି । ଏଥିପ୍ରତି ଜିଲ୍ଲାପାଳ ମହୋଦୟ ସ୍ଵତନ୍ତ୍ର ଦୃଷ୍ଟି ଦେବାକୁ ଅଭିଭାବକ ମାନେ ଦାବି ଜଣାଇଛନ୍ତି ।

new life
You might also like
error: Content is protected !!