News
lipub
samparksetu

ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା କଙ୍କଡ଼ାହାଡ଼ ପୋଲିସ

କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ପିତଳଧୁଆ ନିକଟରୁ ୭ ଜଣ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଠାବ କରି ଗିରଫ କରିବାରେ ସଫଳ ହୋଇଛି କଙ୍କଡ଼ାହାଡ଼ ପୋଲିସ।

ତାଙ୍କଠାରୁ ୬ଟି ମୋବାଇଲ ,୩ ଟି ସାଇକେଲ ଓ ୬ ଟି ଜବତ କରାଯାଇ ଥିଲା । ଗିରଫ ହୋଇଥିଵା ବ୍ୟକ୍ତି ପାଟଣା କାଳିଆପାଣିରୁ ଚନ୍ଦନ ଦେହୁରୀ, ଧବାହାଳିରୁ ସୁଶୀଲ କୁମାର ମହାଖୁଡ, ବିଷ୍ଣୁ ଦେହୁରୀ, ଗୋଡି ସାହିରୁ ଗୋପାଳ ଦେହୁରୀ, ବିରାଶାଳ ର ମୁତୁରି ବନ୍ଧ ସାହିର ଶ୍ରୀକାନ୍ତ ପଧାନ, ମରୁଆବିଲିର ଲମ୍ବୋଦର ମହାରଣା, ରଗଡା ସାହିର କୁଶ ଗାଗରେଇ ।

ସୂଚନା ଅନୁଯାୟୀ , ଏମାନେ ବହୁତ ଦିନରୁ ରାସ୍ତାରେ ଯାଉଥିବା ବାଟୋଇ ମାନଙ୍କ ପାଖରୁ ମୋବାଇଲ ଲୁଟୁଥିଲେ ଘରେ ପଶି ଟଙ୍କା ପଇସା ମଧ୍ୟ ଚୋରୀ କରୁଥିଲେ। ରାସ୍ତାରେ ଯାଉଥିବା ବାଟୋଇ ମାନଙ୍କ ପାଖରୁ ମୋବାଇଲ ସାଇକେଲ ଓ ତାଙ୍କ ପାଖରେ ଟଙ୍କା ପଇସା ସୁନା ଗହଣା ଯାହାବି ପାଉଥିଲେ ସବୁ ଲୁଟି ନେଉଥିଲେ । ଲୁଟେରା ଗ୍ୟାଙ୍ଗ ବହୁଦିନ ତଳରୁ ଏପରି କାମ କରି ଆସୁଥିଲେ। ବଛା ବଛା ଛେଳି ଗୁଡ଼ିକୁ ଘରୁ ରାତିରେ ଟେକି ନେଇଯାଉଥିଲେ। ତାକୁ କାଟିକି ମଦମାଂସ କରି ଖାଉଥିଲେ ଏବଂ କିଛି ବଳକା ମାଂସକୁ ଆଣି ବଜାରରେ ବିକ୍ରି କରୁଥିଲେ।

ଏପରି ଭାବରେ ଚାଲିଥିଲା ସେମାନଙ୍କର କାରବାର। ଏ ସମ୍ପର୍କରେ ସୂଚନା ପାଇ କଙ୍କଡ଼ାହାଡ଼ ଥାନା ଅଧିକାରୀ ନିର୍ମଳା ଗୋଛାୟତଙ୍କ ନିର୍ଦ୍ଦେଶ କ୍ରମେ ସ୍ଵତନ୍ତ୍ର ଏକ ପୋଲିସ୍ ଟିମ୍ ଯାଇ ପୀତଳଧୂଆ ରେ ପହଞ୍ଚି ୭ ଜଣ ଲୁଟେରାଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ । ପରିଶେଷରେ କଙ୍କଡ଼ାହାଡ଼ ପୋଲିସ ଅଧିକାରୀ ଉକ୍ତ ଲୁଟେରା ଗ୍ୟାଙ୍ଗ ମାନକୁ ଆଣି ଥାନା ଅଧୀନରେ ରଖି ତାଙ୍କୁ ପଚରା ଉଚରା କରାଯାଇ
ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ।

new life
You might also like
error: Content is protected !!