News
lipub
samparksetu

ଶିଶୁ ଶ୍ରମିକ ଲଗାଇ ବିନା ସୂଚନା ଫଳକ ରେ ଚାଲିଛି ପାଚେରୀ କାମ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳି ପଞ୍ଚାୟତ ରୋଡଙ୍ଗ ଗ୍ରାମର ନିର୍ମାଣ କରାଯାଇଥିବା ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟର ପାଚେରୀ କାମ ବିନା ସୂଚନା ଫଳକରେ ବନ ବିଭାଗ ଅଧିକାରୀ ଓ ଠିକା ଦାରଙ୍କ ମଧୁ ଚନ୍ଦ୍ରିରେ ଚାଲିଛି କାମ। ନିମ୍ନ ମାନର ଇଟା ସହିତ ନିମ୍ନ ମାନର ବାଲି ସହିତ ଶିଶୁ ଶ୍ରମିକ ଲଗାଇ କାର୍ଯ୍ୟ କରୁ ଥିବା ଦେଖିବାକୁ ମିଳିଛି।

ଏଠି ପ୍ରଶ୍ନବାଚୀ ସୃଷ୍ଠି କରୁଛି କି ଯଦି ଗୋଟିଏ ପାଚେରୀ କାମ କରାଯାଉଛି ସେଥିରେ ସୂଚନା ଫଳକ ନାହିଁ, ଯଦି ସୂଚନା ଫଳକ ଲଗା ଯାଇନାହିଁ ତାହାଲେ କେତେ ଟଙ୍କାର କାମ ତାହା ମଧ୍ୟ ଜଣା ନାହିଁ। କାମରେ ବିଭାଗୀୟ ଯନ୍ତ୍ରୀ କିମ୍ବା ଠିକା ଦାର ଉପସ୍ଥିତ ନ ରହି କାମ ଚାଲିଛି। ବିଭାଗୀୟ ଅଧିକାରୀ ଉପସ୍ଥିତ ନ ରହି କାମ କରାଯାଉଛି କାହିଁକି।

କଥାରେ ଅଛି ସରକାର କା ମାଲ ଦରିଆମେ ଡାଲ। ରାଜ୍ୟ ସରକାର ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ପାଚେରୀ କାମ ପାଇଁ ଅର୍ଥ ବିନିଯୋଗ କରୁଥିବା ବେଳେ ନିମ୍ନ ମାନର ଇଟା, ବାଲି, ଓ ଶିଶୁ ଶ୍ରମିକ ଲଗାଇ କାମ କରାଯାଉଛି ରୋଡଙ୍ଗ ବନ ବିଭାଗ ଅଧିକାରୀଙ୍କ କାର୍ଯ୍ୟାଳୟରେ। ଏଠି ରାଜ୍ୟ ସରକାର କେତେ ଟଙ୍କା ପାଚେରୀ କାମ ନିମନ୍ତେ ମଞ୍ଜୁର କରିଛନ୍ତି କି କେଉଁ ପାଣ୍ଠିରୁ ମଞ୍ଜୁର ଆସିଛି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଯେଉଁ ଭଳି ଭାବରେ ବାଲି ଭାଗ ୧୬ ଟି ବାଲି ରେ ଗୋଟିଏ ସିମେଣ୍ଟ ଲଗାଇ କାମ କରିବା ସହିତ ଖଣ୍ଡ ଖଣ୍ଡ ଇଟା ଲଗାଇ କାମ କରାଯାଉଛି। ଯାହାଫଳରେ କି ପାଚେରୀ କାମ ବହୁତ୍ କମ୍ ଦିନରେ ଭୁଶୁଡ଼ି ଯିବାର ଅନେକ ସମ୍ଭାବନା ରହିଛି।

ବିନା ସୂଚନା ଫଳକ, ନିମ୍ନ ମାନର ଇଟା, ବାଲି, ଓ ଶିଶୁ ଶ୍ରମିକ ଲଗାଇ କାମ କରୁଥିବା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ପ୍ରତି ପ୍ରଶାସନ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

new life
You might also like
error: Content is protected !!