News
lipub
samparksetu

୫୦୦ ଏକର ଜମି ପଡ଼ିଆ ପଡ଼ିଛି, କେନାଲରେ ପାଣି ନ ଆସିବାରୁ ଚାଷୀ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ଦଣ୍ଡାଧର ଡ୍ୟାମ ଠାରୁ ଡାହାଣ ପାର୍ଶ୍ଵ କେନାଲ ଦେଇ ଚାଷ ଜମିକୁ ପାଣି ନିଷ୍କାସନ ହେଉଥିବା ବେଳେ ସଠିକ୍ ଅଞ୍ଚଳକୁ ପହଞ୍ଚି ପରୁନାହିଁ ପାଣି। ଏଭଳି ଘଟଣା ଦେଖିବାକୁ ମିଳିଛି ବସନ୍ତପୁର ପେଟି କେନାଲ ଓ କଙ୍କଡ଼ାହାଡ଼ ପେଟି କେନାଲରେ ।

ଗୋଟିଏ ପଟରେ ମୁଖ୍ୟ କେନାଲକୁ ସଫା କରୁଥିବା ବେଳେ ଦୃଷ୍ଟି ଗୋଚର କରୁ ନାହାନ୍ତି ବିଭାଗୀୟ ଯନ୍ତ୍ରୀ। ଚାଷ ଜମିକୁ ପାଣି ନ ଆସିବାରୁ ଚାଷୀ ମାନେ ବିଭାଗୀୟ ଯନ୍ତ୍ରୀ ଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ ।୫୦୦ ଏକର ଜମି ପଡ଼ିଆ ପଡ଼ି ଥିବା ବେଳେ କୌଣସି ବିଭାଗୀୟ ଯନ୍ତ୍ରୀଙ୍କ ଦେଖା ନାହିଁ। ପ୍ରତେକ ବର୍ଷ ଆଷାଢ଼ ମାସ ଶେଷ ସୁଦ୍ଧା ଚାଷ ବେଉଷଣ ଶେଷ ହେଉଥିବା ବେଳେ ଏ ବର୍ଷ ଶ୍ରାବଣ ମାସ ଶେଷ ହେବାକୁ ବସିଲାଣି କିନ୍ତୁ ଚାଷ କାମ ତ ଦୂରର କଥା ଚାଷ ଜମିରେ ଏପର୍ଯ୍ୟନ୍ତ ଲଙ୍ଗଳ ଗାରଟିଏ ମଧ୍ୟ ପଡ଼ିନାହିଁ ।

ଯାହା ଫଳରେ ଚାଷୀ ହତାଶ ହୋଇ ପଡ଼ିଛି । ଚାଷ ଜମି ଫାଟି ଆଁ କଲାଣି ,କିନ୍ତୁ କେନାଲ ରେ ପାଣି ନାହିଁ। ମୁଖ୍ୟ କେନାଲରେ ଭର ପୁର ପାଣି ଆସୁଥିବାର ଦେଖିବାକୁ ମିଳୁଥିବା ବେଳେ ପେଟି କେନାଲରେ ପାଣି ନାହିଁ। ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ି ଥିବା ବେଳେ କେନାଲ ଭାଙ୍ଗି ଆଁ କଲାଣି। ଏ ନେଇ ଆମେ ବିଭାଗୀୟ ଅଧିକାରୀଙ୍କୁ ଯୋଗା ଯୋଗ କରିବାରୁ ସେ କୁହନ୍ତି , ମୁଁ ଯାଇ ତଦାରଖ କରିବି । ତେବେ ଦେଖିବାକୁ ବାକି ରହିଲା ଜିଲ୍ଲା ପ୍ରଶାସନ ବିଭାଗୀୟ ଯନ୍ତ୍ରୀଙ୍କ ଉପରେ କଣ ପଦକ୍ଷେପ ନେଉଛନ୍ତି ଏବଂ ଚାଷୀଙ୍କ ସମସ୍ୟା କେବେ ଦୂର କରୁଛନ୍ତି ତାହାକୁ ହିଁ ଅପେକ୍ଷା।

new life
You might also like
error: Content is protected !!