News
lipub
samparksetu

ରୋଗକୁ ଘୃଣା କରି ବୃଦ୍ଧାଙ୍କୁ ଅସହାୟ କରିଦେଲା ପୁତୁରା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେରଯୋଳିି ପଞ୍ଚାୟତ ରୋଡ଼ଙ୍ଗ ଗାଁ ର ଅସହାୟ ଚମ୍ପା ସିଂହ ଙ୍କ ବିଧବା ଭତ୍ତା ,ରାସନ ଚାଉଳ ଏବଂ ଜମି ବାଡି ନେଇ ,ଅସହାୟ କରିଦେଲା ନିଜ ପୁତୁରା ପଙ୍କଜ ସିଂହ। ଦୀର୍ଘ ବର୍ଷ ପୂର୍ବରୁ ନିଜର ସ୍ଵାମୀ ଏବଂ ପିଲାମାନେ ଏକା କରିକି ଆରପାରିକୁ ଛାଡ଼ି ଯିବାପରେ ବେସାହାରା ହୋଇ ରହିଛନ୍ତି ଚମ୍ପା ସିଂହ।

ରୋଡଙ୍ଗ ଗାଁର ଧର ସିଂହ ଙ୍କ ସ୍ତ୍ରୀ ଚମ୍ପା ସିଂହ ବୟସ ୭୦ ବର୍ଷ,ନିଜର ସାହାରା କହିଲେ ପାଖରେ କେହି ନାହିଁ। ଚଳିବାକୁ ହେଲେ ପାଖରେ ନା ଅଛି ଭତ୍ତା ଟଙ୍କା ନା ରାସନ ଚାଉଳ ନା ଅଛି ରହିବାକୁ ଘର ଖଣ୍ଡିଏ। ଦୁଇ ବର୍ଷ ପୂର୍ବେ ସେହି ଗାଁ ର ସାନ ଦିଅରର ପୁଅ ପଙ୍କଜ ସିଂହ ବୁଢ଼ୀମା ର ସେବା କରିବାକୁ ନିଜ ଘରକୁ ନେଇଥିଲେ। ସେବା କରିବାର କିଛି ଦିନ ବେସ ଭଲରେ ପାଳନ କରୁଥିଲା ନିଜ ପୁତୁରା। କିନ୍ତୁ ହଠାତ ବୁଢ଼ୀମା ଟିର ସ୍ବାସ୍ଥ୍ୟ ଅବସ୍ଥା ବିଗିଡିବାକୁ ଲାଗିବା ପରେ ବାନ୍ତି ହୋଇଥିଲା।

ସେହି ବାନ୍ତିକୁ ଘୃଣା କରି ନିଜ ଘରୁ ବାହାର କରିଦେଲା ପୁତୁରା ପଙ୍କଜ। ଘରୁ ବାହାର କରିଦେବା ପରେ ନା ଥିଲା ପାଖରେ ନିଜର ବାର୍ଦ୍ଧକ୍ୟ ଭତ୍ତା ର ପ୍ରମାଣ ନା ରାସନ କାର୍ଡ ନା ଥିଲା ଜମିବାଡ଼ିର ପ୍ରମାଣ ପତ୍ର । ବୃଦ୍ଧା ମା’ ର ଦୁଃଖ କଥା ଶୁଣି କିଛି ବ୍ୟକ୍ତି ବୃଦ୍ଧା ମା କୁ ନେଇ ଗାଁ ର ମଝି ଜାଗା ରେ ନିଜେ ନଡ଼ା, ପୁଆଳ ଏବଂ ଜରି ପାଲ ଦେଇ ଗୋଟିଏ କୁଡ଼ିଆ କରି ଦେଇଥିଲେ। ସେହି ଜାଗାରେ ରଖେଇ ଖାଇବା ପିଇବା ଏବଂ ପିନ୍ଧିବା ବସ୍ତ୍ର ଦେଇ ଦେଖାଶୁଣା କରୁଛନ୍ତି କିଛି ବ୍ୟକ୍ତି ।ସରକାର ଙ୍କ ପକ୍ଷରୁ ତାଙ୍କୁ ଥଇଥାନ ବ୍ୟବସ୍ଥା କରିବା ପାଇଁ ଦାବି କରାଯାଇଛି ।

new life
You might also like
error: Content is protected !!