News
lipub
samparksetu

ପରିଣତ ବୟସରେ ଏକା କରିଦେଲେ ପୁଅବୋହୁ

ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ମହାବିରୋଡ ପଞ୍ଚାୟତର ନିବାରଣ ଦେହୁରୀ ଙ୍କ ସ୍ତ୍ରୀ ସୁଆଗି ଦେହୁରୀ ବୟସର ଅପରାହ୍ନରେ ଏବେ ବେସାହାରା। ପାଖରେ ଦୁଇ ପୁଅ ଏବଂ ନିଜ ସ୍ଵାମୀ ଥିଲେ ମଧ୍ୟ,ପୁଅ ଏବଂ ସ୍ଵାମୀଙ୍କ ଅଣଦେଖା ରେ ଏବେ ଏକୁଟିଆ ରହିବାକୁ ପଡ଼ୁଛି ବୃଦ୍ଧା ମାଉସୀ ଙ୍କୁ।

ସରକାରଙ୍କ ତରଫରୁ ୫୦୦ ସହ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ଏବଂ ୫ କେଜି ଚାଉଳ ମିଳୁଥିଲେ ମଧ୍ୟ, ସେ ସବୁ କୁ ଆତ୍ମସାତ କରୁଛନ୍ତି ଦୁଇ ପୁଅ ଏବଂ ଦୁଇ ବୋହୁ। ବୃଦ୍ଧା ମାଉସୀ ଜଣକ ରାସ୍ତାରେ ଯିବା ସମୟରେ ଗୋଡ ମୁଡ଼ି ହୋଇ ଖସି ପଡ଼ିଥିଲେ ସେହି ସମୟର ବାମ ଗୋଡଟି ବାଙ୍ଗିଯାଇଥିଲା । ଗୋଡଟି ବାଙ୍ଗିଯିବା ପରେ ନିଜ ଦୁଇ ପୁଅ ଏବଂ ଦୁଇ ବହୋ ଙ୍କୁ କହିଥିଲେ ,କିନ୍ତୁ ବହୋ ଦୁଇଜଣ ନିଜର ବୃଦ୍ଧା ଶାଶୁ ଙ୍କୁ ଯତ୍ନ କରିବା କଥା, କିନ୍ତୁ ଯତ୍ନ ନ କରି ବୃଦ୍ଧା ମାଉସୀ ର ଯତ୍ନ ନେଲେ ବୋହୁ ମାନଙ୍କୁ ଲାଜ ଲାଗିବ ବୋଲି ବୃଦ୍ଧା ମାଉସୀଙ୍କୁ କହିଥିଲେ ।

ଏମିତି କଥା ଶୁଣି ବୃଦ୍ଧା ମାଉସୀ ଜଣଙ୍କ ନିଜ ଘରୁ ବାହାରି ଘର ଠାରୁ ପ୍ରାୟ ଅଧା କିଲୋମିଟର ଭଙ୍ଗା ଗୋଡ ରେ ଘୁଷୁଡ଼ି ଘୁଷୁଡି ଆସି ଏବେ ରାସ୍ତା କଡ଼ରେ ଏକୁଟିଆ ରହୁଛନ୍ତି। ଏମିତି ଅବସ୍ଥାରେ ଗାଧୋଇବା,ଖାଇବା ,ବୃଦ୍ଧା ମାଉସୀ ପକ୍ଷେ କଷ୍ଟ ଦାୟକ ହେଇପଡିଛି। ଖାଇବାକୁ ହେଲେ ଅନ୍ୟକୁ ମାଗିବାକୁ ପଡେ ଏବଂ ପାଣି ମୁନ୍ଦେ ପିଇବାକୁ ହେଲେ ଘୁଷୁଡ଼ି ଘୁଷୁଡ଼ି ଯାଇ ପାଣି ଆଣିବାକୁ ହୁଏ।

ଏମିତି ଦୁଃଖ ଦାୟକ ଘଟଣା ଦେଖି ଗାଁ ର କିଛି ଯୁବକ ବୃଦ୍ଧା ମାଉସୀଙ୍କୁ ସାହାଯ୍ୟ କରିବାକୁ ବାହାରି ଆସିଲେ। ବୃଦ୍ଧା ମାଉସୀ ଙ୍କୁ ସାହାଯ୍ୟ କରିବା ସହିତ ସବୁ ପ୍ରକାର ସୁବିଧା ଯୋଗାଇ ଦେଇଛନ୍ତି କିଛି ଯୁବ ଗୋଷ୍ଠୀ। ତେବେ ଅନ୍ଧାର ଘରେ ଏକା ରହୁଥିବା ମାଉସୀଙ୍କୁ ଏବଂ ଗୋଡ ଟି ଭାଙ୍ଗି ଅଚଳ ହୋଇଥିବା ବୃଦ୍ଧା ମାଉସୀ ଙ୍କ ପାଇଁ ଏବଂ ମାଉସୀ ଙ୍କ ଥଇଥାନ ଏବଂ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଅଞ୍ଚଳ ବାସୀ ପ୍ରଶାସନ ଙ୍କୁ ନିବେଦନ କରିଛନ୍ତି ।

new life
You might also like
error: Content is protected !!