News
lipub
samparksetu

ପୋଖରୀରେ ବୁଡ଼ି ନାବାଳକର ମୃତ୍ୟୁ

ଗଁଦିଆ ଥାନା ଅନ୍ତର୍ଗତ ମଠତେନ୍ତୁଳିଆ ଗ୍ରାମ ପଞ୍ଚାୟତ ଅଧିନ ଅରାଚୁଆ ଗ୍ରାମରେ ଆଜି ଘଟିଯାଇଛି ଏକ ଅଭାବନୀୟ
ଘଟଣା । ପୋଖରୀ ପାଣିରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ ,ଉକ୍ତ ଗ୍ରାମର ରତିକାନ୍ତ ସାହୁଙ୍କର ବଡପୁଅ ଚିରଞ୍ଜିବି ସାହୁ( ୧୨)ଆଜି ସକାଳ ସମୟରେ ଶୌଚ ପାଇଁ ଗ୍ରାମରେ ଥିବା ପୋଖରୀକୁ ୬ଟା ବେଳେ ଯାଇଥିଲା କିନ୍ତୁ ଦୁଃଖର ବିଷୟ ଶୌଚ ସମୟରେ ତାର ଗୋଡ଼ ଖସିଯିବାରୁ ସେ ପୋଖରୀରେ ପଡି ଯାଇଥିଲା । ଖବର ପାଇ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ତାକୁ ପୋଖରୀରୁ ଉଦ୍ଧାର କରି ପ୍ରଥମେ ସ୍ଥାନୀୟ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଗୁରୁତର ଅବସ୍ଥାରେ ତାକୁ ପ୍ରାଥମିକ ଚିକିତ୍ସା ପରେ ଜିଲ୍ଲା ମୁଖ୍ୟଚିକିତ୍ସାଲୟକୁ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

new life
You might also like
error: Content is protected !!