News
lipub
samparksetu

ଯୌତୁକ ପାଇଁ ନବ ବଧୂକୁ ହତ୍ୟା ଅଭିଯୋଗ, ସ୍ବାମୀକୁ ଆଜୀବନ କାରାଦଣ୍ଡ

ଢେଙ୍କାନାଳ ଜିଲା କାମାକ୍ଷାନଗର ଅତିରିକ୍ତ ଜିଲ୍ଲା ଦୌରାଜଜ ମଧୂମିତା ମହାନ୍ତି ଶୁକ୍ରବାର ଯୌତୁକ ପାଇଁ ହତ୍ୟା ମାମଲାର ଶୁଣାଣି କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରାବାସହ ୧୦ ହଜାର ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି। ଜୋରିମନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।

ସୂଚନା ଅନୁଯାୟୀ , ଭୂବନ ଥାନା ବାରୁଆ (ବି ) ଗ୍ରାମର ବାଳକୃଷ୍ଣ ପରିଡା ଓ ଅହଲ୍ୟା ପରିଡାଙ୍କ ଝିଅ ବନିତା ୮/୫/୧୮ ରିଖରେ ସୁରପ୍ରତାପୁର ଗ୍ରାମର ଭୋଳେଶ୍ବର ରାଉତଙ୍କ ସାନପୁଅ ପ୍ରତାପ ରାଉତଙ୍କ ସହ ବୈଦିକ ରିତିରେ ବିବାହ କରିଥିଲେ। ବିବାହ ପରେ ଅଳ୍ପ କିଛିଦିନ ଠିକା ଚାଲିଥିବା ପରେ ଶାଶୁଘର ପକ୍ଷରୁ ବନିତାକୁ ଅଧିକ ଯୌତୁକ ଦାବିକରି ଶାଶୁଘର ଶାରିରୀକ ମାନସିକ ନିର୍ଯ୍ୟାତନା ଦେଉଥିବା ଜଣାଇଥିଲେ।

ବନିତାଙ୍କ ଘର ପକ୍ଷରୁ ଝିଅକୁ ସାନ୍ତନା ଦେଇ ୨୪/୧୧/୧୯ ରିଖରେ ତାର ଘରକୁ ଯିବାକୁ ମାଆ କହିଥିଲେ।ମାତ୍ର ସକାଳୁ ଅର୍ଥାତ ୨୫/୧୧/୧୯ ରିଖରେ ବନିତାଙ୍କ ମୃତ୍ୟୁ ଖବର ଘର ଲୋକ ପାଇଥିଲେ। ବନିତା ଙ୍କୁ ଯୌତୁକ ପାଇଁ ହତ୍ୟା କରିଥିବା ନେଇ ବନିତାଙ୍କ ମାଆ ଅହଲ୍ୟା ଲିଖିତ ଭାବେ ଭୂବନ ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ ହେବା ପରେ ଅଦାଲତ ହତ୍ୟାକାରୀ ସ୍ବାମୀକୁ ଦଣ୍ଡାଦେଶ ପ୍ରଦାନ କରିଛନ୍ତି।

new life
You might also like
error: Content is protected !!