News
lipub
samparksetu

ହନ୍ତସନ୍ତ ରୋଗୀସେବା ,ଢେଙ୍କାନାଳ ପୌର ଦାତଵ୍ୟ ହୋମିଓ ଚିକିତ୍ସାଳୟ ରେ ମିଳୁନି ଔଷଧ

ରାଜ୍ୟବାସୀଙ୍କୁ ଉନ୍ନତ ମାନର ସେବା ଯୋଗାଇ ଦେବାକୁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ଢେଙ୍କାନାଳ ପୌର ଦାତଵ୍ୟ ହୋମିଓ ଚିକିତ୍ସାଳୟ ରେ ଏହାର ବିପରିତ ଦିଗ ଦେଖା ଦେଇଛି । ନାହିଁଥିବା ବର୍ଷ ପରେ ହୋମିଓ ଚିକିତ୍ସାଳୟ ନିଜସ୍ୱ ଗୃହ ପାଇଥିବା ବେଳେ ସେଠାରେ ଏବେ ଔଷଧ ର ଅଭାବ ଦେଖାଦେଇଛି ।
ସୂଚନା ଅନୁଯାୟୀ ରଥଗଡା ରେ ଥିବା ଢେଙ୍କାନାଳ ପୋୖର ଦାତଵ୍ୟ ହୋମିଓ ଚିକିତ୍ସାଳୟ ରେ ସମ୍ପୂର୍ଣ୍ଣ ସହରବାସୀ ନିର୍ଭରଶୀଳ । ସହର ମଧ୍ୟରେ ଥିବାରୁ ଏଠାକୁ ପ୍ରତ୍ୟେକ ଦିନ ରୋଗୀଙ୍କ ଶୁଅ ଛୁଟିଥାଏ । ତେବେ ବିଗତ କିଛିଦିନ ହେବ ସେଠାରେ ଔଷଧ ର ଅଭାବ ଦେଖାଦେଇଛି, ଫଳରେ ରୋଗୀ ମାନେ ନାହିଁନଥିବା ହନ୍ତସନ୍ତ ହେଉଛନ୍ତି । ପଇସା ଥିଲେ ମଧ୍ୟ କୌଣସି ଘରୋଇ ଦୋକାନରୁ କିଣି ମେଡିସିନ ଖାଉଥିବା ବେଳେ ପଇସା ନଥିବା ବ୍ୟକ୍ତି ବଡ଼ ରୁ ବଡ଼ ରୋଗ କୁ ଗତି କରୁଛନ୍ତି ବୋଲି ମତ ରଖିଛନ୍ତି ବୁଦ୍ଧିଜୀବୀ । ଡ୍ରେନ ଏବଂ ସୌନ୍ଦର୍ଯ୍ୟ କରଣ ପାଇଁ ଆବଶ୍ୟକ ଠାରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଭଳି ଅତ୍ୟାବଶ୍ୟକ ସେବାକୁ ପୋୖରପାଳିକା ର ହେୟ ମନୋଭାବ ଦେଖାଇବା କୁ ସହର ବାସୀ ନା ପସନ୍ଦ କରିଛନ୍ତି ।

new life
You might also like
error: Content is protected !!