News
lipub
samparksetu

ଗାଧୋଇବାକୁ ଯାଇ ଦନ୍ତା ଆକ୍ରମଣର ଶିକାର ହେଲେ ବୃଦ୍ଧ

ଘର ପାଖରେ ଥୁବ ନଳକୂପ ଗାଧୋଇବାକୁ ଯାଇ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଛନ୍ତି ବୃଦ୍ଧ । ଆକ୍ରମଣ ରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକ ଜଣଙ୍କ ମେରାମଣ୍ଡଳୀ ସେକସନ ଘୋଡାଡିଆଁ ଗ୍ରାମର ଦେବରାଜ ସେଠୀ (୬୫) ବୋଲି ସୂଚନା ।

ସୂଚନା ଅନୁଯାୟୀ ବୃଦ୍ଧ ଜଣକ ଆଜି ସକାଳେ ଘର ନିକଟରେ ଥିବା ନଳକୂପ କୁ ଗାଧୋଇବାକୁ ଯାଇଥିଲେ । ସେହି ସମୟରେ ତାଙ୍କୁ ଏକ ଦନ୍ତା ଆକ୍ରମଣ କରି ଟେକି କଚ।ଡି ଦେଇଥିଲା । ପରେ ତାଙ୍କୁ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ବନ କର୍ମଚାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

new life
You might also like
error: Content is protected !!