News
lipub
samparksetu

ଭିଜିଲାନ୍ସ ସ୍କାନରରେ ମହାବୀର ରୋଡ଼ ଫାଣ୍ଡି ଏସଆଇ

ଭିଜିଲାନ୍ସ ସ୍କାନରରେ ଜାଲରେ ସବ ଇନ୍ସପେକ୍ଟର । ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ମହାବୀର ରୋଡ଼ ଫାଣ୍ଡି ଏସଆଇ ସମରେନ୍ଦ୍ର ସାମଲ ଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ ।

ସୂଚନା ଅନୁଯାୟୀ ,ଫାଣ୍ଡି ଏସଆଇ ସମରେନ୍ଦ୍ର ସାମଲ ଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ଏକ କାଳୀନ ଭାବେ ୭ ଟି ସ୍ଥାନରେ ଚାଲିଛି ଚଢ଼ାଉ । ସର୍ବମୋଟ ୮ ଟି ଟିମ ରେଡ଼ରେ ସାମିଲ ଥିବା ବେଳେ ୩ ଜଣ ଡ଼ିଏସପି ଓ ୭ ଜଣ ଆଇଆଇସି ଙ୍କ ନେତୃତ୍ୱରେ ହେଉଛି ରେଡ଼୍ ।

ଚଢ଼ାଉ ସମୟରେ ଢେଙ୍କାନାଳ ଟାଉନ ରେ ଏକ ଦୁଇ ମହଲା ଘର ଓ ଏକ ଫାର୍ମ ହାଉସ ଠାବ କଲେ ଚଢ଼ାଉ ଟିମ । ଏକ ଲକ୍ଷ ଟଙ୍କା ଓ ୩୦୦ ଗ୍ରାମ ସୁନା ଠାବ କରିଥିବା ସୂଚନା ।

new life
You might also like
error: Content is protected !!