News
lipub
samparksetu

ଦଶହରା ଅନୁକୂଳ ରେ ବଧୂହତ୍ୟା ଅଭିଯୋଗ !

ନିହାଲପ୍ରସାଦ ଥାନା ଦଶମାଣପାଟଣା ଗ୍ରାମ ରେ ଦଶହରା ଅନୁକୂଳ ଦିନ ଘଟିଛି ବଧୂହତ୍ୟା ।ଯୋଜନାବଦ୍ଧ ଭାବେ ତଣ୍ଟି ଚିପି ହତ୍ୟା କରାଯାଇଥିବା ବାପଘର ଲୋକେ ଅଭିଯୋଗ ଆଣିଛନ୍ତି । । ଏ ସଂକ୍ରାନ୍ତରେ ପୋଲିସ ମୃତ ମହିଳାଙ୍କ ସ୍ୱାମୀ ନିହଲପ୍ରସାଦ ଥାନା ଅନ୍ତର୍ଗତ ଦଶମାଣପାଟଣା ଗ୍ରାମର ରଞ୍ଜନ ମହରଣା ଓ ଶ୍ୱଶୁର ଜଗବନ୍ଧୁ ମହାରଣାଙ୍କୁ ଅଟକ ରଖି ଛାନଭିନ କରୁଛି । ମୃତ ମହିଳା ହେଉଛନ୍ତି ଯାଜପୁର ଜିଲ୍ଲା ମରଜିତାପୁର ର ମୁରଲୀଧର ନାଥଙ୍କ ଝିଅ ବିଜୟ। ନାଥ ।

ଖବର ରୁ ଜଣାଯାଏ ଯେ , ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଦଶମାଣ ପାଟଣା ଗ୍ରାମର ଜଗବନ୍ଧୁ ମହାରଣା ଙ୍କ ୩ ପୁଅ ମଧ୍ୟ ରୁ ବଡ଼ ପୁଅ ରଞ୍ଜନ ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ମରଜିତାପୁର ଗ୍ରାମରେ ସାତ ବର୍ଷ ପୂର୍ବେ ବିବାହ କରିଥିଲେ । ତାଙ୍କର ଗୋଟିଏ ୬ ବର୍ଷ ପୁଅ ଆଠ ମାସର ଝିଅ ରହିଛି ।

ଗତକାଲି ଶୁକ୍ରବାର ବିଜୟାଙ୍କୁ ତଣ୍ଟିଚିପି ମାରିବା ପରେ ଭିନ୍ନମୋଡ଼ ଦେବାପାଇଁ ବେକରେ ଫାସୀ ଲଗାଇ ଦେଇଥିବା ଅଭିଯୋଗ ଉଠାଇ ଦୃଢ କଯ୍ୟାନୁଷ୍ଠାନ ଦାବି କରିଛନ୍ତି ମୃତ ମହିଳାଙ୍କ ବାପା । ଆଜି ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

new life
You might also like
error: Content is protected !!