News
lipub
samparksetu

ରାସ୍ତା କଡ଼ରୁ ବେଆଇନ ଗଛ କାଟିବା ଅଭିଯୋଗ

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଣ୍ଟାବଣିଆ ଛକରୁ ମଙ୍ଗଳପୁରକୁ ଯାଇଥିବା ଗ୍ରାମ୍ୟ ଉନ୍ନୟନରାସ୍ତାର କଣ୍ଟାବଣିଆ ଗାଁ ଠାରୁ ରେଙ୍ଗାଳୀ ଦକ୍ଷିଣପାର୍ଶ୍ବ ମୂଖ୍ୟକେନାଲ ପର୍ଯ୍ୟନ୍ତ ବାମପାର୍ଶ୍ବରେ ପୂର୍ବରୁ ଥିବା ବିଭିନ୍ନ ପ୍ରକାରର ସମସ୍ତ ବଡ଼ଗଛ ଗୁଡ଼ିକୁ ବେଆଇନ ଭାବେ କାଟିଦେଇଥିବାର ଏକ ଲିଖିତ ଅଭିଯୋଗ ଆଜି ବନବିଭାଗର ଜିଲ୍ଲାମୂଖ୍ୟଙ୍କୁ କଣ୍ଟାବଣିଆ ଗ୍ରାମବାସୀ ମାନେ ଦେଇଛନ୍ତି ।

କଳକାରଖାନା ଘେରା ଏହି ଅଞ୍ଚଳରେ ବାୟୁ ପ୍ରଦୂଷଣଜନିତ ନାନା ସମସ୍ୟା ପ୍ରତି ମୂହୁର୍ତ୍ତରେ ଦେଖାଯାଉଛି । ବୃକ୍ଷର ଗୁରୁତ୍ୱ ବଢି ଚାଲିଥିଲା ବେଳେ କ୍ଷୀରୋଦ ଦେଓ ନାମକ ଜନୈକ ବ୍ୟକ୍ତି ନିଜ ସ୍ବାର୍ଥ ପାଇଁ ରାସ୍ତାକଡରୁ ଏକ ସମୟରେ ପ୍ରାୟ ୪/୫ ଫୁଟ ଗୋଲେଇର ଶତାଧିକ ଗଛ କାଟି ଗଭୀର କ୍ଷତି ଘଟାଇଥିବା ଯୋଗୁଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାପାଇଁ ଦାବି ହୋଇଛି ।

new life
You might also like
error: Content is protected !!