ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଖୁଣ୍ଟୁଝରି ପଞ୍ଚାୟତ କୋରେଇଗାଡିଆ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଲିଖିତ ଭାବରେ ଜଣାଇଛନ୍ତି । ଗ୍ରାମବାସୀଙ୍କ ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇ ଗ୍ରାମର ୬ ନଂ ୱାର୍ଡରେ ସମସ୍ତ ସରକାରୀ ଜମି ଗ୍ରାମବାସୀମାନେ ଛାଡିବାକୁ ନିଷ୍ପତି ହୋଇଛି ।
ସେହିପରି ରାସ୍ତା ପର୍ଶ୍ୱରେ ଗୋରୁ ବାନ୍ଧିବେ ନାହିଁ, ସରକାରୀ ଜମିରେ ଗୋବର ଗଦା କରିବେ ନାହିଁ, ଗ୍ରାମରେ କୋଠଘର ଏବଂ କ୍ଲବ ଘର କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ବୋଲି ଲିଖିତ ଭାବରେ ଜଣାଇଛନ୍ତି । ଗ୍ରାମବାସୀଙ୍କ ମଧ୍ୟରେ ହୃଦାନନ୍ଦ ପରିଡା,ବିକ୍ରମ ଚରଣ ବେହେରା,ବିଜୟ କୁମାର ପରିଡା,ବିଜୟ କୁମାର ପରିଡା ପ୍ରମୁଖ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରିଥିବାର ଜଣାପଡିଛି ।
