News
lipub
samparksetu

ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଛାତ୍ର ଛାତ୍ରୀ ସଙ୍ଗଠନକୁ ତୃଣମୂଳ ସ୍ତରରେ ଅଧିକ ସୁଦୃଢ଼ କରିବା ନିମନ୍ତେ ଆଜି ପରଜଙ୍ଗ ନିର୍ବାଚନ ମଣ୍ଡଳୀର ପରଜଙ୍ଗ ସ୍ଥିତ ମିନିଷ୍ଟାଡିୟମ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ନିର୍ଦ୍ଦେଶ କ୍ରମେ ଆୟୋଜିତ ହୋଇଥିବା ‘ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ’ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଅଛି।

ଉକ୍ତ କାର୍ଯ୍ୟକ୍ରମର ମଞ୍ଚାସିନ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ, ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ,ମାନ୍ୟବର ଢେଙ୍କାନାଳ ବିଧାୟକ ସୁଧୀର ସାମଲ,ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ,ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଯୁବ ପର୍ଯ୍ୟବେକ୍ଷକ ଶିବାଶିଷ ସିଠ,ଜିଲ୍ଲା ବିଜୁ ମହିଳା ସଭାନେତ୍ରୀ ସାଗରିକା ମିଶ୍ର,ବ୍ଲକ ଅଧ୍ୟକ୍ଷ ଅକ୍ଷୟ ବେହେରା,ବିଜେଡି ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି,ବିଜୁ ଯୁବ ସଭାପତି ସୁବ୍ରତ ଦାସ,ବିଜୁ ଛାତ୍ର ସଭାପତି ପ୍ରୀୟଜିତ୍ ସାମଲ,ବ୍ଲକ ଉପାଧ୍ୟକ୍ଷା ତଥା ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ବିଳାସିନୀ ସେଠୀ, ଯୋଗ ଦେଇଥିଲେ।

ଏହି ବୈଠକ ପରଜଙ୍ଗ ନିର୍ବାଚନ ମଣ୍ଡଳୀର ଯୁବନେତା ଅସିତ୍ କୁମାର ରାୟ ଚୌଧୁରୀ ଙ୍କ ନେତୃତ୍ୱରେ ଯୁବ ଓ ଛାତ୍ର ନେତୃତ୍ୱକୁ ମାର୍ଗ ଦର୍ଶନ ପାଇଁ ବ୍ଲକ ସ୍ତରୀୟ ବିଜୁ ଜନତା ଦଳ ନେତୃବୃନ୍ଦ ବୈଠକରେ ଉପସ୍ଥିତ ରହି ବୈଠକ ସଫଳ ମଣ୍ଡିତ କରିଥିବାରୁ ସମସ୍ତଙ୍କୁ ପରଜଙ୍ଗ ବିଜୁ ଜନତା ଦଳ ତରଫରୁ ଆନ୍ତରିକ କୃତଜ୍ଞତା ଜଣାଇଥିଲେ ।

new life
You might also like
error: Content is protected !!