News
lipub
samparksetu

ଭୂତଳ ରାସ୍ତା ନିର୍ମାଣ କରିବା ଦାବିରେ ରାସ୍ତା ଅବରୋଧ କଲେ ପିତିରି ଗ୍ରାମବାସୀ

ଜାତୀୟ ରାଜପଥ ନମ୍ବର ୫୩ ତାଳଚେର ଠାରୁ ଡ଼ୁବୁରୀ ସଂପ୍ରସାରଣ କାର୍ଯ୍ୟ ଚାଲୁଥିବା ବେଳେ ପରଜଙ୍ଗ ତହସିଲ ଅନ୍ତର୍ଗତ ପିତିରି ଗ୍ରାମବାସୀ ଜାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉ ଥିବା ନେଇ ବାରମ୍ବାର ଜିଲ୍ଲା ପ୍ରଶାସନ ଠାରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଙ୍କୁ ଲିଖିତ ଅଭିଯୋଗ କରି ଆସୁଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିଲା । 

ସୂଚନା ମୁତାବକ ରାଜରାସ୍ତାର ଦୁଇ ପାଖରେ ଗ୍ରାମବାସୀ ବସ୍ତି ରହିଛି । ଗ୍ରାମର ଗୋଟିଏ ପାଖରେ ୟୁପି ସ୍କୁଲ, ହାଇ ସ୍କୁଲ୍ ଓ ଗ୍ରାମ ପଞ୍ଚାୟତ ରହିଛି । ଅନ୍ୟ ପାଖରୁ ସ୍କୁଲ୍ ପିଲାଙ୍କ ଠାରୁ ଆରମ୍ଭ କରି ଯାତାୟାତ ପାଇଁ ଅନ୍ୟ ପାଖକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୁଣି ରାସ୍ତା ନିର୍ମାଣ କାର୍ଯ୍ୟରେ ଗ୍ରାମର ଜଳ ଯୋଗାଣ ପ୍ରକଳ୍ପ ମାଟି ତଳେ ଥିବା ପାଇପ୍ ନଷ୍ଟ ହୋଇ ଜଳ ଯୋଗାଣ ବିଚ୍ଛିନ୍ନ ହୋଇଯାଇଛି । ଏଣୁ ଭୂତଳ ରାସ୍ତା ନିର୍ମାଣ ହେଲେ ଗ୍ରାମବାସୀଙ୍କ ପାଇଁ ଉପଯୋଗୀ ଓ ଯାତାୟତର ସୁବିଧା ହୋଇ ପାରିବ ବୋଲି ଏନେଇ ବାରମ୍ବାର ଅଭିଯୋଗ ପରେ କିଛି ପଦେକ୍ଷପ ଗ୍ରହଣ କରି ନଥିଲା ପ୍ରଶାସନ ।

ଯାହାକି ଆଜି ଗ୍ରାମବାସୀ ରାସ୍ତା ଅବରୋଧ କରିଥିଲେ । ସ୍ଥାନୀୟ ତହସିଲଦାର ଖଗେଶ୍ବର ପାତ୍ର ଓ ଥାନା ଅଧିକାରୀ ଙ୍କ ନିର୍ଦେଶ କ୍ରମେ ସରାଙ୍ଗ ଫାଣ୍ଡି ଅଧିକାରୀ ପହଞ୍ଚି ଗ୍ରାମବାସୀ ଙ୍କ ସହିତ ଆଲୋଚନା କରିଥିଲେ । ଏନେଇ ତହସିଲର ଉପ ଜିଲ୍ଲାପାଳଙ୍କ ସହିତ ଫୋନ ଜରିଆରେ କଥା ହୋଇ କହିଥିଲେ କି ଆସନ୍ତା କାଲି ଦିନ ୧୧ ଘଟିକା ସମୟରେ ଉପ ଜିଲ୍ଲାପାଳ ଆସି ଏହାର ତଦାରଖ କରି ସମାଧାନ କରିବେ । କିଛି ଘଣ୍ଟା ପାଇଁ ଯାତାୟାତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ପରେ ଲୋକେ ରାସ୍ତାରୁ ଉଠିଥିଲେ ଓ ଯାତାୟାତ ସମ୍ପୂର୍ଣ୍ଣ ହୋଇଥିଲା ।

ଏନେଇ ଗ୍ରାମ ସଭାପତି ଅଶୋକ ଭୁଟିଆ କହିଛନ୍ତି କି ଆସନ୍ତା କାଲି ଯଦି ଏହାର ସମାଧାନ ନକରାଯାଏ ତାହେଲେ ୧୧ ଘଟିକା ପରଠାରୁ ପୁଣି ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।

new life
You might also like
error: Content is protected !!