News
lipub
samparksetu

ପ୍ରକଳ୍ପକୁୂ ପାଟରପଦା ଗ୍ରାମବାସୀଙ୍କ ବିରୋଧ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ପାଟରପଦା ବଳିଗାଡିଆ ତଏଲାରେ ହେବାକୁ ଥିବା ସିଏଚଡବ୍ଲ୍ୟୁଟିଏସ ଏଣ୍ଡ ଡିଏଫ ପ୍ରକଳ୍ପକୁ ବିରୋଧ କରି ଗ୍ରାମବାସୀ ମାନେ ବିରୋଧ କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିଥିଲେ । ବଳିଗାଡିଆ ତଏଲାରେ ସିଏଚଡବ୍ଲ୍ୟୁଟିଏସ ଏଣ୍ଡ ଡିଏଫ ପ୍ରକଳ୍ପକୁ ୬ଟି ପଞ୍ଚାୟତର ୨୦ଖଣ୍ଡଗ୍ରାମବାସୀମାନେ ବିରୋଧ କରିବା ସହିତ ଜନଶୁଣାଣୀରେ ମଧ୍ୟ ୬ ହଜାର ଲୋକ ବିରୋଧ କରିଥିଲେ ।

ଜନଶୁଶାଣୀରେ ତିବ୍ର ବିରୋଧ ଏବଂ ହୋ ହାଲ୍ଲା ହେବାରୁ ଅତିରିକ୍ତ ଜିଲ୍ଲାପାଳ ଜନଶୁଣାଣୀ ବନ୍ଦ ହେଲା ବୋଲି କହିବା ସହିତ ଜନଶୁଣାଣୀ ବନ୍ଦ କରାଯାଇଥିଲା । କିନ୍ତୁ ସିଏଚଡବ୍ଲ୍ୟୁଟିଏସ ଏଣ୍ଡ ଡିଏଫ ପ୍ରକଳ୍ପକୁ ସମର୍ଥନ କରି ପ୍ରଶାସନ ତରଫରୁ ନକଲି ଦସ୍ତଖତ ସଂଗ୍ରହ କରାଯିବା ସହିତ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଯାଇଥିବାର ଜଣାପଡିଛି । ଏହାକୁ ନେଇ ଗ୍ରାମରେତିବ୍ର ଅସନ୍ତୋଷ ପ୍ରକାଶ ପାଇବା ସହିତ କେତେକ ଅସାମାଜିକ ବ୍ୟକ୍ତି ଗ୍ରାମବାସୀଙ୍କୁ ଧମକ ଚମକ ଦେବା ସହିତ ପ୍ରକଳ୍ପ କାର୍ଯ୍ୟ କରୁଥିବାର ଜଣାପଡିଛି ।

ଘଟଣାରେ ସମ୍ପର୍କରେ ଗ୍ରାମବାସୀ ମାନେ ଶନିବାର ଦିନ ସିଏଚଡବ୍ଲ୍ୟୁଟିଏସ ଏଣ୍ଡ ଡିଏଫ ପ୍ରକଳ୍ପକୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ । ଜନସାଧାରଣ ବିରୋଧ କରୁଥିବା ସିଏଚଡବ୍ଲ୍ୟୁଟିଏସ ଏଣ୍ଡ ଡିଏଫ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରାଯିବା ସହିତ ନକଲି ଦସ୍ତଖତ ମାଧ୍ୟମରେ ମଞ୍ଜୁରୀ ଦେଇଥିବା ବ୍ୟକ୍ତଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

new life
You might also like
error: Content is protected !!