News
lipub
samparksetu

ରାଇଡ଼ିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟକାରୀ କମିଟି ଗଠନ

ଗତ ମଙ୍ଗଳବାର ଦିନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରାଇଡିହି ସ୍କୁଲରେ ଅଭିଭାବକ ମାନଙ୍କର ଏକ ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ୬ ଜଣ ମହିଳା ଓ ୬ ଜଣ ପୁରୁଷଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି l ପ୍ରଧାନ ଶିକ୍ଷକ ଶ୍ରୀ ଉଦୟ କୁମାର ଧଳ ଓ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହଯୋଗରେ ଏହି ସଭା ଆୟୋଜନ କରାଯାଇଥିଲା l

ଏହି କମିଟିର ସଭାପତି ଭାବେ ଶ୍ରୀ ମହେନ୍ଦ୍ର ଜେନା ଓ ଉପସଭାପତି ଭାବେ ଶ୍ରୀମତୀ ଉର୍ମିଳା ଧଳଙ୍କୁ ମନୋନୀତ କରାଯାଇଥିବା ବେଳେ କମିଟି ସଭ୍ୟ ଭାବେ ବିରେନ ପ୍ରଧାନ, ସୂର୍ଯ୍ୟକାନ୍ତ ଧଳ, ରମେଶ ରାଜ, ଗୌତମ ନଏକ, ବିକ୍ରମ ପଧାନ, ରୀନା ପାତ୍ର, ସୁନି ପ୍ରଧାନ, ଶ୍ରୀଦେବୀ ବେହେରା, ଲଷ୍ମୀପ୍ରିୟା ସାହୁ, ମିନତୀ ଜେନା ପ୍ରମୁଖ ମନୋନୀତ ହୋଇଥିଲେ l ଏହି କମିଟିର ମୁଖ୍ୟ ଉଦ୍ଦେଶ୍ୟ ବିଦ୍ୟାଳୟର ଉନ୍ନତି କରଣ, ପିଲାମାନଙ୍କ ମନରେ ଶିକ୍ଷା ପ୍ରତି ଆଗ୍ରହ ଓ ବିଦ୍ୟାଳୟରେ ଉତ୍ତମ ପରିବେଶ ସୃଷ୍ଟି କରିବା l

new life
You might also like
error: Content is protected !!