News
lipub
samparksetu

କାର ତଳେ ଚାପି ହୋଇଗଲା ବାଇକ ,୨ଗୁରୁତର

କାର ତଳେ ଚାପି ହୋଇ ୨ ଗୁରୁତର । ସୋମବାର ଅପରାହ୍ନରେ ଏକ କାର ଯୋଗେ କୋରାପୁଟ ଜିଲ୍ଲା ନୁଆଗୁଡା ଗ୍ରାମର ଶିକ୍ଷକ କୃଷ୍ଣ ଚନ୍ଦ୍ର ପାଢ଼ୀ ନିଜ ପରିବାର ସହ ମା ତାରିଣୀଙ୍କ ଦର୍ଶନ ନିମନ୍ତେ ଯାଉଥିବା ବେଳେ ମନ୍ଦାର ପେଟ୍ରୋଲ ପମ୍ପ ନିକଟରେ ତାଙ୍କ କାରଟି ଗଛରେ ପିଟି ହୋଇ ମନ୍ଦାର ଗାଁ ର ରବି ନାରାୟଣ ସାହୁ ଙ୍କ ବାଇକ କୁ ଚାପି ଦେଇଥିଲା ।

ଫଳରେ କାର ମଧ୍ୟରେ ଥିବା କୃଷ୍ଣଚନ୍ଦ୍ର ଙ୍କ ପତ୍ନୀ କବିତା ପାଢ଼ୀ (୩୮) ,ବଡ଼ ଝିଅ ରାଣୀ (୧୮), ମଝିଆ ଝିଅ ତେଜସମଞ୍ଜରୀ, ରୁତୁପୂର୍ଣ୍ଣା (୧୨)ଆହତ ହୋଇ ଭୁବନ ରେ ଚିକିତ୍ସା ପରେ କୋରାପୁଟ ଫେରି ଯାଇଛନ୍ତି । ଅନ୍ୟପଟେ ବାଇକ ଆରୋହୀ ମନ୍ଦାର ଗାଁ ରବି ନାରାୟଣ ସାହୁ (୫୦) ଓ ରିନାରାଣି ସାହୁ(୨୫)ଗୁରୁତର ଆହତ ହୋଇ କଟକ ସ୍ଥାନାନ୍ତର ହୋଇଛନ୍ତି ।

new life
You might also like
error: Content is protected !!