ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ସଦର ବ୍ଲକ୍ ର ସଭାପତି ଅର୍ଜୁନ ସାହୁ ଙ୍କ ନେତୃତ୍ଵରେ ଧିରପଟଣl ପଞ୍ଚାୟତର ବିଭିନ୍ନ ଗ୍ରାମରେ କୀଟ୍ ବଣ୍ଟନ କରାଯାଇଛି I ଫୋରମ୍ ର ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର କୁମାର ମିଶ୍ର ଏହି ବର୍ଷକୁ ଶିକ୍ଷା ବର୍ଷ ରୂପେ ପାଳନ କରାଯାଇ ଛୋଟ ଛୋଟ ପିଲାମାନଙ୍କ ମନରୁ ଇଂରାଜୀ ଭୟ ଦୂର କରି ସେମାନେ କିପରି ଆଗକୁ ଯାଇପାରିବେ ତାହାର ବିବରଣୀ ଦେଇଥିଲେ I ଜିଲ୍ଲା ସମ୍ପାଦକ ଭରତ କୁମାର ଦାସ ନର ସେବା ନାରାୟଣ ସେବା ପାଇଁ ହେଉଥିବା ଏହି କାର୍ଯ୍ୟକ୍ରମ ଜିଲ୍ଲାର ସମସ୍ତ ପଞ୍ଚାୟତ ପର୍ଯ୍ୟନ୍ତ ହେବ ବୋଲି ଦର୍ଶାଇବା ସହ ଯେଉଁ ଯେଉଁ ପଞ୍ଚାୟତରେ ଏହି କାମ କରିବା ପାଇଁ ଆଗ୍ରହୀ ସମାଜସେବୀ, ସେମାନଙ୍କୁ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ I
ଜିଲ୍ଲା ମହିଳାଶାଖା ସଭାନେତ୍ରୀ ପ୍ରଭାତୀ ମହାପାତ୍ର ଏହି କୀଟ୍ ଦ୍ଵାରା ମା ମାନେ ପିଲାମାନଙ୍କୁ ଗଢିତୋଳିବା ପାଇଁ ଆହ୍ଵାନ ଦେଇଥିଲେ I ଉକ୍ତ କାର୍ଯ୍ୟକ୍ରମରେ ବନଜା ମାନସିଂ, ଶିଲ୍ପିଶ୍ରୀ ହରିଚନ୍ଦନ, ଇନ୍ଦ୍ରମଣି ଜେନା, ଗଙ୍ଗାଧର ସାହୁ, ଜୟନ୍ତ ମହାନ୍ତି, ଭାବଗ୍ରାହୀ ସାହୁ , ଦେବରାଜ ସାହୁ, କବିତା ସାହୁ, ସୁଜାତା ନାୟକ ଆଦି ଉପସ୍ଥିତ ଥିଲେ ।
