ଗଁଦିଆ ବ୍ଲକରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା ବନବିଭାଗର ପାରିଲାପଣିଆ କୁ ପଦାରେ ପକାଇଛି । ସୂଚନା ଅନୁଯାୟୀ ଆଜି ସଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସଂରକ୍ଷିତ ଜଙ୍ଗଲରେ ପେଚାମୁଣ୍ଡିଆ ଅଞ୍ଚଳରୁ ଆଉ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ହାତୀର ବୟସ ୨୦ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ବେଳେ ଦୀର୍ଘ ଆଠ ଦିନ ହେବ ହାତୀଟି ମରିଥିବାର ଜଣାପଡିଛି । ଅନ୍ୟପଟେ ଗତକାଲି ହାତୀଟି ମରିବା ଖବର ବନ ବିଭାଗ ପାଇଛି ।
ଅନ୍ୟପଟେ ବନ ବିଭାଗ ଅଧିକାରୀମାନେ ଗଣମାଧ୍ୟମ ପ୍ରତିନିଧି ଙ୍କୁ କୌଣସି ସୂଚନା ନଦେବା ସହ ନାଲି ଆଖି ଦେଖାଇବା ଦ୍ବାରା ଢେଙ୍କାନାଳ ବନାଞ୍ଚଳ ରୁ କୌଣସି ସଠିକ୍ ଖବର ମିଳିପାରୁ ନାହିଁ ବୋଲି ବିଭିନ୍ନ ଗଣମାଧ୍ୟମ ପ୍ରତିନିଧିମାନେ ଅଭିଯୋଗ କରିଛନ୍ତି । ଆଜି ସକାଳୁ ଜିଲ୍ଲା ବନଖଣ୍ଡ ଅଧିକାରୀ, ଏ.ସି.ଏଫ୍, ସ୍ଥାନୀୟ ରେଞ୍ଜର ଓ ଅନ୍ୟ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ହାତୀଟି ଆଁଥରକ୍ସ ରୋଗରେ ଆକ୍ରାନ୍ତ ହୋଇ ମରି ଯାଇଥିବା ସନ୍ଦେହ କରି ଫେରି ଆସିଥିଲେ ।
ତେବେ ରକ୍ତ ନମୂନା ସଂଗ୍ରହ କରି ଭୁବନେଶ୍ୱର ପଠାଯାଇଛି ଏବଂ ରିପୋର୍ଟ ଆସିଲେ ସେହି ଅନୁଯାୟୀ ରିପୋର୍ଟ ଅନୁଯାୟୀ ପଦକ୍ଷେପ ନେବୁ କହିଥିଲେ । ସ୍ଥାନୀୟ ଅଧିକାରୀ ଓ ବନାଞ୍ଚଳ ଅଧିକାରୀ ଙ୍କ ସହ କୌଣସି ତାଳମେଳ ରହୁନଥିବାରୁ କୌଣସି ସଠିକ୍ ତଥ୍ୟ ପରିପ୍ରକାଶ ହୋଇବପାରୁ ନଥିବା ବେଳେ ବିଗତ ଆଠ ଦିନ ମଧ୍ୟରେ ଗୋଟିଏ ଦନ୍ତା ହାତୀ ଛୁଆ ଓ ଦୁଇ ଟି ମାଈ ହାତୀର ମୃତ୍ୟୁ ବିଭାଗ ର ଅପାରଗ ପଣିଆର ଜ୍ୱଳନ୍ତ ଉଦାହରଣ ସାଜିଛି । ସବୁଠାରୁ ବଡ କଥା ହେଲା ତିନୋଟି ଯାକ ହାତୀର ମୃତ୍ୟୁ ଖବର ବନବିଭାଗ ଆଠ ଦିନ ପରେ ପାଉଛି ଏବଂ ସୂଚନା ଅନୁଯାୟୀ ହାତୀ ଗୁଡିକ ମରିଛନ୍ତି ବନବିଭାଗ ଦ୍ଵାରା ଜାଇକା ଯୋଜନାରେ ଅନ୍ତର୍ଭୁକ୍ତ ନୂଆ ପ୍ଲାଣ୍ଟେସନ ବା ଜନ ସମାଗମ ଠାରୁ ମାତ୍ର ୫୦ ମିଟର ଦୁରରେ । ଏଠାରେ ପ୍ରଶ୍ନ ଉଠେ ନୂଆକରି ତିଆରି ହେଉଥିବା ପ୍ଲାଣ୍ଟେସନ ନିକଟରେ ବନ ବିଭାଗ ର କର୍ମଚାରୀ ଓ ଠିକା କର୍ମଚାରୀ ମାନେ କାର୍ଯ୍ୟ କରୁଥିଲାବେଳେ ହାତୀ ମରିବା ଖବର ପାଇଲେ ନାହିଁ କିପରି ? ହାତୀ ମାନଙ୍କ ସୁରକ୍ଷା ଓ ସେମାନଙ୍କ ଗତିବିଧିକୁ ନଜର କରିବାକୁ ନିଯୁକ୍ତି ପାଇଥିବା ଏଲିଫଣ୍ଟ ସ୍କ୍ୱାର୍ଡ କଣ କରୁୁଛନ୍ତି ? ଏନେଇ ବୁଦ୍ଧିଯିବି ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।
