News
lipub
samparksetu

ଶିକ୍ଷକ ନିଯୁକ୍ତି ଦାବିରେ ରାସ୍ତାକୁ ଓହ୍ଲାଇଲେ ଛାତ୍ରଛାତ୍ରୀ !

ସ୍କୁଲରେ ଆବଶ୍ୟକୀୟ ଶିକ୍ଷକ ନଥିବାରୁ ଆଜିକୁ ଛଅ ଦିନ ହେବ ପାଠପଢା ଠପ।ଶିକ୍ଷକ ନିଯୁକ୍ତି ଦାବିରେ ପ୍ରଥମେ ପାଞ୍ଚ ଦିନ ସ୍କୁଲରେ ତାଲା ପକାଇ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣାରେ ବସିଥିବା ବେଳେ ପରେ ସ୍କୁଲର ପ୍ରବେଶ ଗେଟକୁ ତାଲା ପକାଇ ଦେଇ ରାସ୍ତାକୁ ଓହ୍ଲାଇଛନ୍ତି ଶହେ ଛାତ୍ରଛାତ୍ରୀ।

ଢେଙ୍କାନାଳ ସୋଗରପଶି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୯୮ ଛାତ୍ରଛାତ୍ରୀ ଙ୍କ ପାଇଁ ପାଞ୍ଚ ଜଣ ଶିକ୍ଷକଙ୍କ ଯାଗାରେ ଚାରିଜଣ ଥିବାବେଳେ ଜଣେ ଶିକ୍ଷୟତ୍ରୀଙ୍କୁ ସ୍କୁଲରୁ ବାରମ୍ବାର ଡେପୁଟେସନରେ ଅନ୍ୟତ୍ର ନିଆ ଯାଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ ଓ ଛାତ୍ରଛାତ୍ରୀ।

ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ ମଧ୍ୟ କରାଯାଇଛି।ତେଣୁ ଯେତେ ଦିନ ପର୍ଯ୍ୟନ୍ତ ଆଉ ଜଣେ ଶିକ୍ଷକଙ୍କୁ ସୋଗରପଶି ସ୍କୁଲରେ ନିଯୁକ୍ତି ଦିଆ ନଯାଇଛି ସେତେ ଦିନ ପର୍ଯ୍ୟନ୍ତ ଏଭଳି ଧାରଣା ଜାରି ରହିବ ବୋଲି କହିଛନ୍ତି ଅଭିଭାବକ ସ୍କୁଲ ଛାତ୍ରଛାତ୍ରୀ।

new life
You might also like
error: Content is protected !!