News
lipub
samparksetu

ବେକରେ ଲାଗିଲା ଗୁଡି ସୂତା ,ଅଳ୍ପକେ ବର୍ତିଲେ ଯୁବକ !

ମକର ପର୍ଵ ଉପଲକ୍ଷେ ଆଜି ଯୁଆଡେ ଦେଖିବ ଗୁଡି।ୟା ଭିତରେ ଏକ ବଡ଼ ଧରଣର ଅଘଟଣ ରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ।ଢେଙ୍କାନାଳ ମୁଖ୍ୟ ରାସ୍ତା ଦେଇ ଯାଉଥିବା ବେଳେ ହଠାତ ଲଷ୍ମୀ ବଜାର ନିକଟରେ ଜଣେ ଯୁବକଙ୍କ ବେକରେ ଏକ ଗୁଡି ସୂତା ଲାଗିଯାଇଥିଲା।

ତୁରନ୍ତ ସେ ଗାଡିକୁ ଅଟକାଇବା ସହିତ ଗାଡ଼ିରେ ଥିବା ତାଙ୍କ ପତ୍ନୀ କିଛି ବୁଝିବା ପୂର୍ବରୁ ଗୁଡେ଼ଇ ହୋଇଯାଇଥିବା ସୁତାକୁ କାଢ଼ିଥିଲେ।ହେଲମେଟ ଖୋଲିଲା ବେଳକୁ ଯୁବକ ଙ୍କ ବେକରେ ଦାଗ ହୋଇ ଯାଇଥିଲା। ଏହା ଦେଖି ସେଠାରେ କିଛି ଲୋକ ଜମା ହୋଇ ଯାଇଥିଲେ ଓ ସୁତାକୁ କାଢ଼ିଥିଲେ।

ସହର ଭିତରେ ବେଆଇନ ଭାବରେ ଏଭଳି ଗୁଡି ଉଡ଼ା ଯାଉଥିବା ବେଳେ ଏହା ଛିଣ୍ଡି ଲୋକଙ୍କ ଜୀବନ ହାନି ହେବାର ଆଶଙ୍କା ରହିଛି।ଏ ଦିଗରେ ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି।ଯୁବକଙ୍କ ପରିଚୟ ମିଳିନାହିଁ।

new life
You might also like
error: Content is protected !!