ପୁର୍ବ ପୁରୁଷ କହିଯାଇଛନ୍ତି “ଅନ୍ୟଥା କଳହରୁ ନିବୃତ ରହିବାକୁ” ନହେଲେ ତାହାର ପରିଣାମ ଭୋଗିବାକୁ ପଡିଥାଏ । ଠିକ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ସହର ସ୍ଥିତ ମିନା ବଜାର ଅଞ୍ଚଳରେ । ଦମ୍ପତି ଙ୍କ ଝଗଡା ର ସମାଧାନ କରିବାକୁ ଯାଇ କଟୁରିରେ ହଣା ଖାଇଲେ ଯୁବକ ପରେପରେ ଆହତ ଅବସ୍ଥାରେ ମେଡ଼ିକାଲ ରେ ହେଲେ ଭର୍ତ୍ତି ।
ସୂଚନା ଅନୁଯାୟୀ ରବିବାର ଦିନ ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ମିନା ବଜାର ସ୍ଥିତ କୁମ୍ଭାର ସାହି ଅଞ୍ଚଳରେ ରହୁଥିବା ଚତୁର୍ଭୁଜ ରାଉଳ ଓ ତାଙ୍କ ପତ୍ନୀ ଙ୍କ ମଧ୍ୟରେ ଝଗଡା ଖୁଵ ଜୋରସୋରରେ ଚାଲିଥିଲା । ତେବେ ଝଗଡା ରେ ହସ୍ତକ୍ଷେପ କରିବାକୁ ଅଣ୍ଟା ଭିଡିଥିଲେ କୁମ୍ଭାର ସାହି ଅଞ୍ଚଳର ପ୍ରହଲ୍ଲାଦ ରାଉଳ । ହେଲେ ଘଟଣା ନେଇଥିଲା ଭିନ୍ନ ମୋଡ଼ ,ମାର ମାର ଭଣ୍ଡାରିଆ କୁ ମାର । ଝଗଡା ରେ ହସ୍ତକ୍ଷେପ କରିବା ସମୟରେ ଚତୁର୍ଭୁଜ ଙ୍କ ପାଲଟା ଆକ୍ରମଣ ର ଶିକାର ହୋଇଥିଲେ ପ୍ରହଲ୍ଲାଦ ।
ଏପରିକି କଟୁରି ଚୋଟରେ ତାଙ୍କର ପିଠି ଏବଂ ମୁହଁରେ ଗଭୀର କ୍ଷତ ଘଟିଥିବାରୁ ତାଙ୍କୁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ତେବେ କଳହର ହସ୍ତକ୍ଷେପ କରିବାରୁ ଚତୁର୍ଭୁଜ ତାଙ୍କୁ ଏକ କଟୁରିରେ ହାଣୀ ପକାଇଥିବା ଟାଉନ ଥାନାରେ ଅଭିଯୋଗ ହୋଇଥିବାର ସୂଚନା ଥିବା ବେଳେ ଟାଉନ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି ।
