ଢେଙ୍କାନାଳ ଟାଉନ ପ୍ଲାନିଂରେ ବାରମ୍ବାର ଜଳବନ୍ଦୀ ହେତୁ ନାହିଁନଥିବା ସମସ୍ୟା ଭୋଗୁଛନ୍ତି ଅଞ୍ଚଳ ବାସୀ ।
ଏହାର ସ୍ଥାୟୀ ସମାଧାନ ପାଇଁ ଟାଉନ ପ୍ଲାନିଂ ଅଞ୍ଚଳ ବିକାଶ ସମିତି ପକ୍ଷରୁ ଏକ ଦାବୀ ପତ୍ର ଜିଲ୍ଲାପାଳଙ୍କୁପ୍ରଦାନ କରାଯାଇଛି ।
ଟାଉନ ପ୍ଲାନିଂରେ ୩ ହଜାରରୁ ଉର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି ।ବର୍ଷା ହେବା ମାତ୍ରେ ଦକ୍ଷିଣକାଳୀ,ଦେଉଳସାହି,ଗାୟତ୍ରୀ ନଗର ଅଞ୍ଚଳ ସହିତ ବିଭିନ୍ନ ସ୍ଥାନରୁ ପାଣି ପ୍ରବାହିତ ହୋଇ ସଠିକ୍
ଭାବରେ ନିଷ୍ପାସନ ହୋଇ ନପାରିବାରୁ ସ୍ଥାନୀୟ ବାସିନ୍ଦା ମାନେ ଜଳବନ୍ଦୀ ହୋଇ ରହୁଛନ୍ତି ।
ଗତ ୧୩ ଓ ୧୪ ତାରିଖରେ ପ୍ରବଳ ବର୍ଷା ଯୋଗୁ ରାସ୍ତାଉପରେ ୪ ଫୁଟ ପାଣି ପ୍ରବାହିତ ହେବା ସହିତ ଲୋକମାନଙ୍କ
ଘରେ ମଧ୍ୟ ପାଣି ପଶିବା ଯୋଗୁ ଏକ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇ୍ଥିଲା ।ଏହି ସମସ୍ୟା ବର୍ଷବର୍ଷ ଧରି ଲାଗି ରହିଥିବା ବେଳେ ଏହାର ସମାଧାନ ପାଇଁ ପୌର ସଂସ୍ଥାର ନିର୍ବାହୀ ଅଧିକାରୀଙ୍କୁ ସହିତ ଗତ ୨୦୧୯ ଅକ୍ଟୋବର ୧୮ତାରଖ ଓ ୨୦୨୦ ମଇ ଏବଂ ଅଗଷ୍ଟ ମାସରେ ବୈଠକ ଅନୁଷ୍ଠିତ ହୋଇ ସମାଧାନ
ପାଇଁ ନିଷ୍ପତି ନିଆଯାଇଥିବା ବେଳେ କୌଣସି ସମାଧାନ ହୋଇ ପାରିନାହିଁ ।
ଟାଉନ ପ୍ଲାନିଂରେ ଡ୍ରେନେଜର ସୁବନ୍ଦୋବସ୍ତ ସହିତ ଅନ୍ୟ କାର୍ଯ୍ୟ ପାଇଁ ଖସଡା ପ୍ରସ୍ତୁତ କରି ଦିଆଯାଇଥିଲେ ମଧ୍ୟ କୌଣସ
ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏ ଦିଗରେ ପଦକ୍ଷେପ ନେବା ସହିତ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ
ନେବାକୁ ସମିତିର ସଭାପତି ଏବଂ ସମ୍ପାଦକ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଅବଗତ କରାଇଛନ୍ତି ।
