News
lipub
samparksetu

ବ୍ୟାନର ଚିରାକୁ ନେଇ ହୋଇଥିବା ଗୋଷ୍ଠୀ ସଂଘର୍ଷ ଘଟଣାରେ ଜଣେ ଗିରଫ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ନିହଲ ପ୍ରସାଦ ଥାନା ଅନ୍ତର୍ଗତ ପିଙ୍ଗୁଆ ଗ୍ରାମର ଶ୍ରୀନିବାସ ସାହୁଙ୍କ ଏକ ବ୍ୟାନର ରେ ବିଧାୟକ ଙ୍କ ଫଟୋ ଲାଗିଥିଲା ଯାହିକି ନୂଆପିଙ୍ଗୁଆ ଅଞ୍ଚଳରେ ଟଙ୍ଗା ଯାଇଥିଲା।ଯାହାକୁ ମମତା ମହାଳିକ ଙ୍କ ପୁଅ କାଳିଆ ମ‌ଆଳିକ ଲଗାଇଥିଲେ । ଏହାକୁ ବିରୋଧ କରିଥିଲେ କୈଳାସ ନାୟକଙ୍କ ସମର୍ଥକ ଜ୍ୟୋତିରଞ୍ଜନ ସାହୁ , ଏହାକୁ ନେଇ ମାମତାଙ୍କୁ ଜ୍ୟୋତି ଏବଂ ତାଙ୍କ ସାଥି ରେ କୈଳାସ ଙ୍କ କିଛି ସମର୍ଥକ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରିବାର ଥାନାରେ ମମତା ଲିଖିତ ଅଭିଯୋଗ କରିଥିବା ଜଣାଯାଇଥିଲା।

ପରେ ଶ୍ରାନିବାସଙ୍କ ଦାଦା ପୁଅ ବାଦଲଙ୍କ ଠାରୁ ଜ୍ୟୋତି ରଞ୍ଜନ ଟଙ୍କା ଛଡାଇ ନେଇଥିବାର ଅଭିଯୋଗ ହୋଇଥିଲା।ପରେ ଘଟଣାଟି ଗୋଷ୍ଠୀ ସଂଘର୍ଷ ରୁପ ନେଇଥିଲା। ଶ୍ରୀନିବାସ ସାହୁଙ୍କ ଲୋକମାନେ ପିଙ୍ଗୁଆ ତେଲଟାଙ୍କି ନିକଟରେ ଜ୍ୟୋତି ଙ୍କୁ ପାଇ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିଥିଲେ । ‌ଜ୍ୟୋତିଙ୍କୁ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ତେବେ ଏ ନେଇ ଥାନାରେ ଏକ ଏତଲା ଉଭୟ ପକ୍ଷରୁ ରୁଜୁ ହୋଇଥିବାର ସୂଚନା ମିଳିଥିଲା।ଏ ମାମଲାରେ ନିହଲପ୍ରସାଦ ପୋଲିସ ଜଣେ ବ୍ୟାଙ୍କ୍ ଅପରେଟରଙ୍କୁ ଥାନାରେ ବସାଇ ଏ ସମ୍ପର୍କିତ ଘଟଣା ସିସି ଟିଭିରେ କଏଦ୍ ହୋଇଛି କି ନାହିଁ ବୁଝିବା ପାଇଁ ଥାନାରେ ବସାଇ ଥିବାର ଜଣାପଡିଥିଲା।

ଏବେ ଗତ କାଲି ନିହଲ ପ୍ରସାଦ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଉକ୍ତ ଅଭିଯୁକ୍ତ ହେଉଛି ସୈନିକ ସାହୁ ଡାକନାମ ପହଲି ସାହୁ , ପିତା, ସନାତନ ସାହୁ, ଘର, ପିଙ୍ଗୁଆ। ଦେଖିବାକୁ ବାକି ରହିଲା କି ଅନ୍ୟ ଆସାମୀମାନଙ୍କୁ ପୋଲିସ ଧରିବାରେ କେବେ ସକ୍ଷମ ହେଉଛି ।

new life
You might also like
error: Content is protected !!