ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନମଣ୍ଡଳୀ ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଅସରଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାର୍ଷିଙ୍ଗା ଜଗନ୍ନାଥପୁର ସାହିରେ ୧୦୦ ରୁ ଉର୍ଦ୍ଧ୍ବ ପରିବାର ରହୁଥିବାବେଳେ ଜନସଂଖ୍ୟା ୫୦୦ ରୁ ଅଧିକ। ଏହି ୫୦୦ ଲୋକଙ୍କ ପାଇଁ ବସ୍ତିରେ ଦୁଇଟି ନଳକୂପ ଥିବାବେଳେ ବସ୍ତି ବାସିନ୍ଦାଙ୍କ ଜଳ କଷ୍ଟ ମେଣ୍ଟାଇ ପାରୁନଥିବାରୁ ବସ୍ତି ବାସିନ୍ଦା ପାଣି ପାଇଁ ଡହଳ ବିକଳ ହେଲେଣି।
ଦୁଇଟି ଯାକ ନଳକୂପ ବର୍ଷରେ ଅଧାଦିନ ସଚଳ ଥିବା ବେଳେ ଅଧା ଦିନ ଅଚଳ ହୋଇ ପଡୁଛି। ବର୍ତ୍ତମାନ ର ୪୦ ଡିଗ୍ରୀ ତାପମାତ୍ରାରେ ବସ୍ତିର ପୁରୁଷ ଓ ମହିଳା ଗରା ବାଲତି ଧରି ପ୍ରାୟ ଅଧା କିଲୋମିଟର ପାଣି ପାଇଁ ଯାଉଛନ୍ତି। ଏପରି ସ୍ଥଳେ ଗାଈ ଗୋରୁ ଗୁଡ଼ିକ ପାଣି ମୁନ୍ଦେ ପାଇଁ ଆହୁରି ଡହଳବିକଳ ହେଉଥିବା ପରିଲକ୍ଷିତ ହେଉଛି। ଅନୁରୂପ ଭାବେ ଗ୍ରାମ ର ମଝି ସାହି ଓ ଉପର ସାହି ରେ ଜଳ ସଙ୍କଟ ଦେଖା ଦେଇଛି l ନୂତନ ନଳକୂପ ଖୋଲିବା ନେଇ ପଞ୍ଚାୟତ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ପ୍ରଶାସନ ଯାଏ ସମସ୍ତଙ୍କୁ ମୌଖିକ ଓ ଲିଖିତ ଭାବରେ ଜଗନ୍ନାଥପୁର ବାସିନ୍ଦା ଜଣାଇ ଆସୁଥିଲେ ମଧ୍ୟ ସମସ୍ୟା ର ସମାଧାନ ହେଉ ନଥିବା ଯୋଗୁଁ ବସ୍ତି ବାସିନ୍ଦା ଏ ନେଇ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ତାଲା ପକାଇବାକୁ ଚେତାବନୀ ଦେଇଛନ୍ତି।ତେବେ ଏତେ ସମସ୍ୟାରେ ଥିବା ଜଗନ୍ନାଥପୁର ଗ୍ରାମବାସୀଙ୍କ ସମସ୍ୟାପ୍ରତି କିପରି ଜନପ୍ରତିନିଧିମାନେ ଆଖିବୁଜି ଦେଇଛନ୍ତି ତାହା ବୁଦ୍ଧିଯିବି ମହଲରେ ଆଲୋଚନା ଜୋର ଧରିଛି ।
