News
lipub
samparksetu

ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ

କଙ୍କଡ଼ାହାଡ଼ ବ୍ଲକ ଘାଗରାମୁଣ୍ଡା ପଞ୍ଚାୟତର ଅସନବାହାଳି ଗାଁ ର ମଲାରସରୁଆ ନୂତନ ଅଙ୍ଗନୱାଡ଼ି କେନ୍ଦ୍ରରେ କର୍ମୀ ନିଯୁକ୍ତିରେ ଅନିୟମିତତା ଅଭିଯୋଗ କରିଛନ୍ତି ସ୍ଥାନୀୟ ଆଦିବାସୀ ଆଶାୟୀ ଓ ସାହି ବାସିନ୍ଦା। ସୂଚନା ଅନୁଯାୟୀ ମଲାରସୁଆର ନୂତନ ଅଙ୍ଗନୱାଡ଼ି କେନ୍ଦ୍ରରେ ନିଯୁକ୍ତି ନିମନ୍ତେ ଗତ ଜୁନ ମାସ ୨୨ ତାରିଖରେ ବିଜ୍ଞାପନ ପ୍ରକାଶ ପାଇଥିଲା। ପ୍ରକାଶିତ ବିଜ୍ଞାପନ ଅନୁଯାୟୀ ମଲାରସରୁଆ କେନ୍ଦ୍ରଟି ବିରିବୋଲେଇ ପଞ୍ଚାୟତର ଅଧିନରେ ସୂଚିତ ହୋଇଥିଲା।

କିନ୍ତୁ ବାସ୍ତବରେ ଏହି କେନ୍ଦ୍ରଟି ଘାଗରାମୁଣ୍ଡା ପଞ୍ଚାୟତ ଅଧୀନରେ ଆସୁଛି। ବିଜ୍ଞାପନରେ ତୃଟି ଯୋଗୁଁ ମଲାରସୁଆର ଆଶାୟୀ ପ୍ରାର୍ଥୀ ଅନଲାଇନ ଫର୍ମ ଦାଖଲ କରିବାରୁ ବଞ୍ଚିତ ହୋଇଥିଲେ। ଏ ସମ୍ପର୍କରେ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ମଧ୍ୟ କୌଣସି ସୁଫଳ ମିଳି ନଥିବାରୁ ସ୍ଥାନୀୟ ବାସିନ୍ଦା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ସୂଚନା ଥାଉ କି ବିଜ୍ଞାପନ ଆଧାରରେ ଜଣେ କର୍ମୀ ନିଯୁକ୍ତି ହୋଇଛନ୍ତି। ନିଯୁକ୍ତ ଅଙ୍ଗନବାଡ଼ି କର୍ମୀ ଏହି କେନ୍ଦ୍ର ଅନ୍ତର୍ଗତ ନୁହଁନ୍ତି। ଘଗରାମୁଣ୍ଡା ପଞ୍ଚାୟତର ମଲାରସୁଆର, ନୂଆ ସାହି ଓ ମାଟିଆ ସାହି ଲୋକଙ୍କ ପାଇଁ ଏହି କେନ୍ଦ୍ର ସ୍ଥାପନ କରାଯାଇଛି। ଏ ସାହିଗୁଡିକ ଆଦିବାସୀ ଅଧ୍ୟୁଷିତ ହୋଇଥିବା ବେଳେ ଏଠାରେ ବହୁତ ପ୍ରତ୍ଯାଷୀ ରହିଛନ୍ତି।

new life
You might also like
error: Content is protected !!