ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ । ମୃତ ମହିଳା ଜଣଙ୍କ ହେଲେ କାମାକ୍ଷାନଗର ଥାନା ରାଏବୋଲ ପଞ୍ଚାୟତ ହାଡଗରି ଗ୍ରାମର ପାର୍ବତୀ ପଧାନ।
ସୂଚନା ଅନୁଯାୟୀ , ଆଜି ସକାଳୁ ପାର୍ବତୀ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଶାଳପତ୍ର ତୋଳିବାକୁ ଯାଇଥିଲେ । ସେହି ସମୟରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ଅଚେତ ହୋଇ ପଡିଥିଲେ ସେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ ,ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।
