News
lipub
samparksetu

୨ବାଇକ ମୁହାଁମୁହିଁ ଧକ୍କା ; ଜଣେ ମୃତ,ଜଣେ ଗୁରୁତର

୨ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ମୃତ ଜଣେ ଗୁରୁତର ହୋଇଛନ୍ତି ।ମୃତକ ହେଲେ କାମାକ୍ଷାନଗର ଥାନା ସାରୁଆଳି ଗ୍ରାମର ଗୁରୁଚରଣ ବିଶ୍ବାଳ ଓ ଗୁରୁତର ହେଲେ କଇରାଟାଙ୍ଗର ଗ୍ରାମର ବିଚିତ୍ରା ଦେହୁରୀ।

ସୂଚନା ଅନୁଯାୟୀ , ଉଭୟ ବିରାଶାଳରୁ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ମକୁଆକାଟେଣି ଠାରେ ବିପରିତ ଦିଗରୁ ଆସୁଥିବା ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା,ଫଳରେ ଗୁରୁତର ଅବସ୍ଥାରେ ୨ଜଣଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

new life
You might also like
error: Content is protected !!