ମଠକରଗୋଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି ରକ୍ତଦାନ ଶିବିର । ଏହି ଶିବିରକୁ ଅଧକ୍ଷ ଚିତରଂଜନ ଦାସ ଉଦଘାଟନ କରିଥିଲେ । ଜାତୀୟ ସେବା ସଂସ୍ଥାର ପ୍ରତିଷ୍ଠା ଦିବସ ଅବସରରେ ଜାତୀୟ ସେବାସଂସ୍ଥା ଆୟୋଜନାରେ ରକ୍ତଦାନ ଶିବିରରୁ ୬୫ ୟୁନିଟି ରକ୍ତ ସଂଗ୍ରହ ହୋଇଥିଲା । ଢେଙ୍କାନାଳ ରକ୍ତ ଭଣ୍ଡାରର ଡାକ୍ତର ଜୟରାମ ପାଢୀ ପରମାନନ୍ଦ ପଣ୍ଡାଙ୍କ ସମେତ କର୍ମଚାରୀ ମାନେ ସକ୍ରିୟ ସହ ଯୋଗ କରିଥିଲେ ।
ଏହି ଶିବିରରେ ରେଡକ୍ରସ , ଏନଏସଏସ ସ୍ୱେଚାସେବୀ , ମହାବିଦ୍ୟାଳୟ ର ବିଦ୍ୟାର୍ଥୀ ଅଧ୍ୟାପକ ଅଧ୍ୟାପିକା ମାନେ ମଧ୍ୟ ସହେଯାଗ କରିôତଲେ । ସବୁ ଠାରୁ ରୋଚକ କଥା ହେଲା ଗୋଟିଏ ପରିବାରର ତିନି ଜଣ ଅର୍ତାତ ବାପା ଲଳିତ କୁମାର ବେହେରା , ମାଆ ପୂର୍ବତନ କାଉନସିଲର ପୁଷ୍ପଲତା ଦାସ , ପୁଅ ମନ୍ନଥ କୁମାର ବେହେରା ଏକାଥରକେ ରକ୍ତଦାନକରି ପ୍ରଶସାଂ ସାଉଣ୍ଡିଥିଲେ ।
ଅଧ୍ୟାପକ ସୁରେନ୍ଦ୍ର ସିଂ ଶ୍ରୀଲେଖା ରାୟ , ପ୍ରଶାନ୍ତ ମିଶ୍ର , ପ୍ରଦୀପ୍ତ ସାହୁ , ନବ କିଶୋର ସି ରଶ୍ମିରଂଜନ ମହାପାତ୍ର ହିମାଶୁଁ ମହାନ୍ତି ଅନିଲ କୁମାର ଜେନା ପ୍ରବୀର ବିଶ୍ୱାଳ , ଡମ୍ବରଧର ମହାନ୍ତ , ଅଙ୍କିତା ମହାମାନସିଂ , ଶ୍ରଦ୍ଧାଜ୍ଞଳୀ ସ୍ୱାଇଂ ସୁପ୍ନତା ରାଉତ ,ଦୀପ୍ତିମ,ୟୀ ସାହୁ ଶୁଭଶ୍ରୀ ସମାଲ , ରଶମିତା ଖୁିଆ ସୁଭେନ୍ଦିୁ ପରିଡା ପ୍ରମୁଖ ସକ୍ରିୟ ସହେଯାଗ କରିଥିଲେ । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସାଗରିକା ସାହୁ , ସେଚାସେବୀ କମଲ ଲୋଚନ ମହାରଣା ରକ୍ତଦାତା ମାନଙ୍କୁ ପ୍ରତ୍ସାହନ ପ୍ରଦାନ କରିଥିଲେ । ଏହି ଅବସରରେ ଭୁବନ ମହିଳା ମହାବିଦ୍ୟାଳୟର ଅଧକ୍ଷ ସୁରେନ୍ଦ୍ର ପୋଥାଳ ଅତିଥି ଭାବେ ଯୋଗଦେଇ ରକ୍ତଦାନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
