ଢେ଼ଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ସାରିଅଁ ଗ୍ରାମର ୫୦ ଏକର ଜମି ଏବେ ମରୁଡିଗ୍ରସ୍ତ। ଏହି ଅଞ୍ଚଳରେ ରେଙ୍ଗାଳି କେନାଲର ଗଭୀରତା ଅଧିକ ହୋଇଥିବା ହେତୁ କେନାଲର ପାର୍ଶ୍ଵବର୍ତ୍ତୀ ଜମି ଶୁଷ୍କ ହୋଇ ଯାଉଛି। କେବଳ ଯେ ଚାଷ ଜମି ଉପରେ ଏହାର ପ୍ରଭାବ ପଡିଛି ତାହା ନୁହେଁ ଏହି କାରଣରୁ ଦୁଇ ପାର୍ଶ୍ଵରେ ଥିବା କୂଅ ଓ ପୋଖରୀ ବର୍ଷର ଅର୍ଦ୍ଧାଧିକ ସମୟ ଶୁଖିଲା ରହୁଛି।
ପୂର୍ବରୁ ଉଠା ଜଳସେଚନ ମାଧ୍ୟମରେ ଚାଷ ଜମିକୁ ଜଳସେଚନ ସୁବିଧା ଥିଲା। ତେବେ ରେଙ୍ଗାଳି ଦକ୍ଷିଣ କେନାଲ ହେବା ଦିନଠାରୁ ଚାଷୀ ଜଳ ସେଚନ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଚଳିତ ବର୍ଷ ଅଭାବି ବର୍ଷା ଦୁଃଖକୁ ବଢାଇ ଦେଇଛି।
ସୂଚନା ଥାଉ କି, ସ୍ଥାନୀୟ ବାସିନ୍ଦା ଜଳସେଚନ ପାଇଁ ସରକାରଙ୍କୁ ଜଳ କର ଦେଉଛନ୍ତି। ତୁରନ୍ତ ଜଳ ସେଚନର ବ୍ୟବସ୍ଥା, କେନାଲ ଯାଇଥିବା ଜମିମାଲିକଙ୍କ ଖଜଣା ଉଛେଦ କରିବା ପାଇଁ ଦାବି କରିଛନ୍ତି।
