News
lipub
samparksetu

ହିନ୍ଦୋଳ ରେଞ୍ଜ କନ୍ତାମିଲାରେ ମାଈ ହାତୀର ମୃତ୍ୟୁ

ଥମୁନି ହାତୀ ମଣିଷ ବିବାଦ, କେତବଳେ ହାତୀ ଆଗକୁ ଆସି ଯାଉଛି ମଣିଷ ଜୀବନ ତ କେତେବଳେ ମଣିଷ ଜାଲରେ ଫସି ପ୍ରାଣ ହରାଉଛି ହାତୀ । ବିଗତ ଦିନରେ ଏଭଳି ଲଢେଇ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଘଟି ଚାଲିଛି । ଏଭଳି ଏକ ଅଘଟଣ ଘଟିଛି କନ୍ତାମିଲା ଗ୍ରାମରେ ।

ସୂଚନା ଅନୁଯାୟୀ ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ହିନ୍ଦୋଳ ରେଞ୍ଜ କନ୍ତାମିଲାରେ ଏକ ମାଈ ହାତୀର ମୃତ୍ୟୁ ଘଟିଛି । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ଘଟିଥିବାର ଜଣାଯାଇଛି । ବାର୍‌ହା ଶିକାର ପାଇଁ ୧୧ କେଭି ବିଦ୍ୟୁତ ତାର ବିଛା ଯାଇଥିବା ବେଳେ ସେହି ତାର ସଂସ୍ପର୍ଶରେ ଆସି ହାତୀଟି ପ୍ରାଣ ହରାଇଛି ।

ମୃତ ହାତୀଟିର ବୟସ ପ୍ରାୟ ୧୨ ବର୍ଷ ହୋଇଥିବା ବେଳେ ଘଟଣାସ୍ଥଳରେ ବନ ବିଭାଗ ଟିମ୍‌ ପକ୍ଷରୁ ତଦନ୍ତ କରି ସମ୍ପୃକ୍ତ ଘଟଣା ରେ କନ୍ତାମିଲା ଗ୍ରାମର ରଞ୍ଜିତ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି ବୋଲି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

new life
You might also like
error: Content is protected !!