News
lipub
samparksetu

ଗଁଦିଆ ଭାରତୀୟ କିଷାନ ସଙ୍ଘ ତରଫରୁ ୧୨ ଦଫା ନେଇ ଦାବି ପତ୍ର ପ୍ରଦାନ

ଗଁଦିଆ ବ୍ଲକ ଭାରତୀୟ କିଷାନ ସଙ୍ଘ ତରଫରୁ ଚାଷୀ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ୧୨ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସଂଘର ସଭାପତି ବିପିନ ବିହାରୀ ସିଂହ ସମ୍ପାଦକ ଗଣେଶ୍ୱର ପ୍ରଧାନ ,ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ନକୁଳ ଚରଣ ରାଉତ ଓ ଢେଙ୍କାନାଳ ଜିଲ୍ଲା ସମ୍ପାଦକ ଯଦୁନନ୍ଦନ ଦାସ ଙ୍କ ନେତୃତ୍ୱରେ ଏକ ଦାବିପତ୍ର ଗଁଦିଆ ଗୋଷ୍ଟି ଉନ୍ନୟନ ଅଧିକାରୀ ଆଶିଷ ରଞ୍ଜନ ସାହୁ ଙ୍କୁ ପ୍ରଦାନ କରିଥିଲେ ।

ଉକ୍ତ ଦାବି ଗୁଡିକ ମଧ୍ୟରେ କୃଷିଜାତ ଦ୍ରବ୍ୟର ଲାଭାଂଶ ପ୍ରଦାନ ଗୋଟିଏ ସ୍ଥାୟୀ କୃଷକ ବଜାର ବ୍ୟକ୍ତିଗତ ବୀମା ସୁବିଧା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ପଞ୍ଚାୟତ ଇଉନିଟ ପରିବର୍ତ୍ତେ ବ୍ୟକ୍ତି କରାଯାଉ , ଧାନ ମଣ୍ଡିରେ ଧାନ ଦେବା ନିମନ୍ତେ ପଞ୍ଜିକୃତ ଚାଷୀ ମାନଙ୍କୁ ଇଉନିଟ ଭାବେ ଗ୍ରହଣ କରି ବୀମା ସୁବିଧା ପ୍ରଦାନ ଯେପରି ପ୍ରତି କ୍ଷେତ୍ରରେ ଭତ୍ତା ପ୍ରଦାନ କରାଯାଇଛି ସେହିପରି ଚାଷୀ ମାନଙ୍କୁ ସ୍ଥାୟୀ ଭାବରେ ଭତ୍ତା ପ୍ରଦାନ, ନିଜର ଝିଅ ବିବାହ ବେଳେ ଚାଷୀ ମାନଙ୍କୁ ୧ ଲକ୍ଷ୍ୟ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ, ରିହାତି ମୂଲ୍ୟରେ ଚାଷ ସମୟରେ ସାର ଓ କୀଟନାଶକ ଔଷଧ ପ୍ରଦାନ, ବନ୍ୟ ଜନ୍ତୁ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଚାଷୀ ମାନଙ୍କୁ ୧୦ଲକ୍ଷ୍ୟ ଟଙ୍କାର କ୍ଷତିପୂରଣ ପ୍ରଦାନ ,ପ୍ରାକୃତିକ ବିପର୍ଯ୍ୟୟ ବେଳେ ନଷ୍ଟ କ୍ଷୟକ୍ଷତି ର ପ୍ରଶାସନ ର ଆକଳନ ସମୟରେ ଘଟଣା ସ୍ଥଳରେ ଚାଷୀ ମାନଙ୍କର ଉପସ୍ଥିତ ରେ ତଦନ୍ତ ରିପୋର୍ଟ ସରକାର ଙ୍କୁ ପ୍ରଦାନ କରାଯାଉ ।

new life
You might also like
error: Content is protected !!